୬୨ ଗ୍ରାମ ବ୍ରାଉନ ସୁଗାର ଜବତ, ମହିଳା ଗିରଫ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ନୁହାରକିରି ଗ୍ରାମ ରେ ନିମାପଡ଼ା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୬୨ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ବ୍ରାଉନ ସୁଗାର ବିକ୍ରି କରୁଥିବା ଅଭିଯୋଗ ରେ ଉକ୍ତ ଗ୍ରାମ ର ଝରଣା ପଣ୍ଡା ଙ୍କୁ ଗିରଫ କରାଯାଇ ଆଜି ନିମାପଡ଼ା କୋଟ କୁ ଚାଲାଣ କରାଯାଇଛି। ଜବତ ବ୍ରାଉନ ସୁଗାର ର ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ନିମାପଡ଼ା ଅବକାରୀ ଥାନା ଅଧିକାରୀ ମମତା କୁମାରୀ ଦାସ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତ ରେ ଏକ ମାମଲା ରୁଜୁ କରାଯାଇଛି। ନିମାପଡ଼ା ଅବକାରୀ ଥାନା କେସ ନଂ ୫୮/୨୨।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ