ସ୍ୱାସ୍ଥ୍ୟ ପାଇଁ ଉପକାରୀ ଫୁଲକୋବି
ଏବେ ବଜାରରେ ଫୁଲକୋବିର ସମ୍ଭାର ଦେଖିବାକୁ ମିଳିଲାଣି । ଶୀତଦିନେ ଅଧିକ ପରିମାଣରେ ଫୁଲକୋବି ମିଳିଥାଏ । ଏହା ପାଟିକୁ ଖୁବ୍ ସ୍ୱାଦିଷ୍ଟ । ଏହାକୁ ଅଧିକାଂଶ ଲୋକେ ଭଜା, ତରକାରୀ କରି ଖାଇବାକୁ ପସନ୍ଦ କରିଥାଆନ୍ତି । ଫୁଲକୋବିରେ ଥିବା ପ୍ରୋଟିନ୍, କ୍ୟାଲସିୟମ, ଭିଟାମିନ୍ ଏ, ସି, ଫସ୍ଫରସ୍, ଜିଙ୍କ, ମ୍ୟାଗ୍ନେସିୟମ, ସୋଡିୟମ ଓ ସେଲେନିୟମ ଆମ ଶରୀର ପାଇଁ ବେଶ୍ ଉପକାରୀ । ଫୁଲକୋବିରେ ଥିବା ଭିଟାମିନ୍ ସି ନର୍ଭସ୍ ସିଷ୍ଟମକୁ ଠିକ୍ ରଖିବାରେ ସହାୟକ ହୋଇଥାଏ । ଏହା ହାଡ଼ ମଜଭୁତ କରିବାରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଫୁଲକୋବି ରସ ପିଇଲେ ରକ୍ତ ପରିଷ୍କାର ହୋଇଥାଏ । ପୋଲିଓ ପାଇଁ ଏହା ଏକ ଅମୋଘ ଔଷଧ । ଫୁଲକୋବି ରସ ସହ ଗାଜର ରସ ମିଶାଇ ପିଇଲେ ପୋଲିଓ ଠିକ୍ ହୋଇଥାଏ ।


