ଜଡାବାଙ୍କ ଗ୍ରାମରେ ପୋଖରୀରେ ବୁଡି ଜଣେ ମୃତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଜଡାବାଙ୍କ ଗ୍ରାମରେ ଜଣେ ବ୍ୟକ୍ତି ପୋଖରୀରେ ବୁଡି ଯାଇ ପ୍ରାଣ ହରାଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ଘନଶ୍ୟାମ ନାୟକ ନାମକ ଜଣେ ବ୍ୟକ୍ତି ଆଜି ସକାଳେ ଶୌଚ ହେବାକୁ ଗାଁ ପୋଖରୀକୁ ଯାଇଥିବା ବେଳେ ଅସାବଧାନତାରୁ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ପରିବାର ଲୋକେ ତାଙ୍କୁ ଅନେକ ଖୋଜାଖୋଜି କରିବାପରେ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାିଥିଲା । ଖବରପାଇ ସୋସୋ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବକୁ ପୋଷ୍ଟମଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି । ମୃତ ଘନଶ୍ୟାମଙ୍କ ଘରେ ବିଧବାପତ୍ନୀ ଓ ଦୁଇଟି ଛୋଟ ଛୋଟ ଝିଅ ଥିବାରୁ ତୁରନ୍ତ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହାୟତା ପ୍ରଦାନ କରିବାପାଇଁ ସରପଞ୍ଚ ଅଜିତ ରାଉତ, ସମାଜସେବୀ ଅଜିତ ନାୟକ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ