ଚୋରା ବାଲି ଘାଟକୁ ବିରୋଧ କରିବାରୁ ବାଲି ମାଫିଆଙ୍କ ରୋଷର ଶୀକାର ହେୁଛନ୍ତି ଗ୍ରାମବାସୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ତରଭା ବୈତରଣୀ ବାଲିଘାଟରୁ ନିୟମିତ ଶହଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଥିବାବେଳେ ଗତ ମାସ ଗ୍ରାମବାସୀ ମାନେ ଏହାକୁ ବିରୋଧ କରି ବନ୍ଦ କରିଦେବାରୁ ଏବେ ଗ୍ରାମବାସୀମାନେ ବାଲୀି ମାଫିଆଙ୍କ ରୋଷର ଶୀକାର ହେୁଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗତ ତିନିବର୍ଷ ହେଲା ତରଭା ବୈତରଣୀ ବାଲିଘାଟରୁ ବେନିୟମ ଭାବେ ଶହଶହ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ହେଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟିବା ସହିତ ଲୋକମାନେ ଘରେ ରହିବାକୁ ମଧ୍ୟ ସୁରକ୍ଷିତ ମଣିଲେନି । ଏପରିକି ଦିନରୋତି ଟ୍ରାକ୍ଟର ଶବ୍ଦରେ ଗାଁ ଲୋକେ ଶୋଇ ପାରି ନଥିଲେ । ତେଣୁ ଗତମାସ ଗ୍ରାମବାସୀମାନେ ଏକଜୁଟ ହୋଇ ବାଲିଘାଟକୁ ବିରୋଧ କରିବା ସହିତ ବାଲିଘାଟ ରାସ୍ତାରେ ବାଡବୁଜି ଦେଇଥିଲେ । ଯାହାକୁନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାସହ ବାଲି ମାଫିଆମାନେ ତରଭା ଗ୍ରାମବାସୀଙ୍କୁ ଦୁଇଦିନ ରାସ୍ତା ବନ୍ଦ କରିଦେବାରୁ ଗାଁ ଲୋକେ ବାହାରକୁ ବାହାରି ପାରିନଥିଲେ । ପରେ ଆନନ୍ଦପୁର ଉପଜିଲ୍ଲାପାଳ ବେ ଆଇନ ବାଲିଘାଟରେ ୧୪୪ଧାରା ଜାରି କରି ବାଲି ଚୋରା ଚାଲାଣ ଉପରେ ରୋକ ଲଗାଇଥିଲେ । ଏହାକୁ ବାଲି ମାଫିଆ ମାନେ ସହଜରେ ହଜମ କରିପାରୁ ନାହାନ୍ତି । ସେମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଗତକାଲି ତରଭା ଗ୍ରାମର ମୁକ୍ତିକାନ୍ତ ନାୟକ ନାମକ ଜଣେ ଯୁବକ ବାଇକ ଯୋଗେ ଆନନ୍ଦପୁର ଯାଉଥିବାବେଳେ କଣ୍ଠିଆଡି ଗ୍ରାମର ଦୁଇଜଣ ଯୁବକ ତାଙ୍କୁ ବାଟରେ ଅଟକାଇ ତାଙ୍କ ବାଇକ ଛଡଡାଇନେଇ ଧମକ ଚମକ ଦେଇ ବିଦା କରିଦେବା ସହିତ ତାଙ୍କ ନାମରେ ଆନନ୍ଦପୁର ଥାନାରେ ଓଲଟା ମିଥ୍ୟା ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ଜାଣିବାପରେ ଆଜି ଗ୍ରାମର ଅଜୟ କୁମାର ପଣ୍ଡା,ଅମୁଲ୍ୟ କୁମାର ଓଝା, ରବିନ୍ଦ୍ର କୁମାର ପଣ୍ଡା, ସନାତନ ପଣ୍ଡା, ଜଗବନ୍ଧୁ ପତି, ହରେକୃଷ୍ଣ ଓଝା, ପଦୁ୍ୟମ୍ନ ପଣ୍ଡା, ଭାଷ୍କର ଜେନା, ସୁବଳ ଜେନା, ତ୍ରୀଲୋଚନ ସେଠୀ, ଭାଗିରତô ମହାରଣା, ଖଗେଶ୍ୱର ପଣ୍ଡାଙ୍କ ସମେତ ଶତାଧିକ ଗ୍ରାମବାସୀ ଆନନ୍ଦପୁର ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହିତ ଉପଜିଲ୍ଲାପାଳଙ୍କୁ ଭେଟି ନ୍ୟାୟଭିକ୍ଷା କରିଛନ୍ତି । ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଉକ୍ତ ଅ୍ଚଳରେ ପୋଲିସ ପେଟ୍ରୋଲିଂ ବୃଦ୍ଧି କରାଇବା ସହିତ ଟେଞ୍ଜ ଖୋଳି ବାଲି ପରିବହନକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ପ୍ରତିଶୃତି ଦେଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ