ଆଦର୍ଶ ସ୍କୁଲ ନିର୍ମାଣ ର ଅନୁଧ୍ୟାନ କଲେ ଗଣ ଶିକ୍ଷା ମନ୍ତ୍ରୀ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଓ ଗୋପ ବ୍ଲକ ଅଞ୍ଚଳ ରେ ସରକାର ଙ୍କ ପକ୍ଷରୁ ନିର୍ମାଣ ହେଉଥିବା ଆଦର୍ଶ ସ୍କୁଲ ର ଗୃହ ନିର୍ମାଣ କାର୍ଯ୍ୟ କୁ ଆଜି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମୀକ୍ଷା କରିଛନ୍ତି । ପ୍ରାୟ ୬କୋଟି ୧୭ ଲକ୍ଷ ୮୯ ହଜାର ୭୦ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେଉଥିବା ନିମାପଡ଼ା ବ୍ଲକ ର ଆଦର୍ଶ ସ୍କୁଲ କାର୍ଯ୍ୟ ଓ ପ୍ରାୟ ୭ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେଉଥିବା ଗୋପ ବ୍ଲକ ଆଦର୍ଶ ବିଦ୍ୟାଳୟ କୁ ଆସନ୍ତା ନଭେମ୍ବର ମାସ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ମାଣ କାର୍ଯ୍ୟ କରୁଥିବା ସଂସ୍ଥା କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ଡିସେମ୍ବର ୧୫ ତାରିଖରେ ଯେପରି ଉଭୟ ସ୍କୁଲ୍ ରେ ପାଠପଢା ହେବ ସେଥିଲାଗି ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ କରିବାକୁ ଉକ୍ତ ନିର୍ମାଣକାରୀ ସଂସ୍ଥା କୁ ତାଗିଦ କରିଥିଲେ । ଖୁବ୍ ଶୀଘ୍ର ବାଳିକା ହଷ୍ଟେଲ କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।ଏହି ପରିଦର୍ଶନ ସମୟରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ବର୍ତ୍ତମାନ ନିମାପଡ଼ା ବ୍ଲକ ର ଆଦର୍ଶ ବିଦ୍ୟାଳୟ ନିମାପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଓ ଗୋପ ବ୍ଲକ ର ଆଦର୍ଶ ବିଦ୍ୟାଳୟ ସ୍ଥାନୀୟ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ଠାରେ ଚାଲୁଛି ।


