ଅଜଣା ଟ୍ରାକ୍ଟର ଧକ୍କାରେ ଗୁରୁତର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲାର ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର -ଯଶିପୁର ରାସ୍ତା ମରଣଯନ୍ତା । ସୂଚନାଯୋଗ୍ୟ ସୋମବାର ସଂଧ୍ଯା ୭.୩୦ ଟା ପାଖାପାଖି ସମୟରେ ଭାଲୁବଷା ନିକଟସ୍ଥ ପେଟ୍ରୋଲ ପମ୍ପ ଛକରେ ଅଜଣା ଟ୍ରାକ୍ଟର ଧକ୍କାରେ ସ୍କୁଟିରେ ଥିବା କୁସୁମି ବ୍ଳକର ବଡହାତନାଵେଡା ପଞ୍ଚାୟତ ଅଧିକାରୀ କେଶବ ପାତ୍ର ରାସ୍ତାରେ ଛିଟିକି ପଡ଼ି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ହୋଇପଡିଥିଲେ ।ସେଠାକାର ସାମାଜିକ କର୍ମୀ ସାଜିଦ୍ ହୁସେନ ୧୦୮ ଆମ୍ବୁଲାନ୍ସ ଡକାଇ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି ।ତାଙ୍କର ଚେତା ନାହିଁ ।ମଥାରେ ଗୁରୁତର ମାଡ଼ ହୋଇଛି । ପରିସ୍ଥିତି ଗୁରୁତର ଯୋଗୁଁ ବାରିପଦାରୁ ସ୍ଥାନାନ୍ତରିତ କରାଯାଇଛି ।କେଶବ ପାତ୍ର ଆଜି ସାନହାତନାବେଡା ଗ୍ରାମରେ ଭତ୍ତା ପ୍ରଦାନ କରି ଘରକୁ ସ୍କୁଟିରେ ଘର ବୋଧିଆକୁଦର ଗ୍ରାମକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ।ଖବର ପାଇ ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ