ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧିଙ୍କ ଜନ୍ମ ଜୟନ୍ତୀ

ବେଳଗୁଣ୍ଠା, (ସନ୍ତୋଷ ବିଶୋଇ):ସ୍ୱାଧୀନତା ସଂଗ୍ରାମୀ ତଥା ଗୋବରା ଗାନ୍ଧୀ ବାଞ୍ଛାନିଧି ପଟନାୟକଙ୍କ ୧୨୩ ଜନ୍ମ ଜୟନ୍ତୀ ଗୋବରା ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟ ଠାରେ ପାଳିତ । ବାଞ୍ଛାନିଧି ସ୍ମୃତି ପ୍ରତିଷ୍ଠାନ ରାଜ୍ୟ ସମ୍ପାଦକ ମନ୍ମଥ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରଘୁନାଥ ମିଶ୍ର ଯୋଗ ଦେଇ ବାଞ୍ଛାନିଧି ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୨୭ ମସିହା ଡିସେମ୍ବର ୬ ତାରିଖରେ ଗୋବରା ଆଣି ବୈଠକ କରି ସ୍ୱାଧୀନତା ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କୁ ଅନୁପ୍ରାଣିତ କରିଥିଲେ। ଗୋବରା ଭଳି ଏକ ଛୋଟିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଜିଲା ସ୍ତରୀୟ ନେତୃତ୍ୱ ନେଇ ନିଜକୁ ଦେଶ ସେବାରେ ଉତ୍ସର୍ଗ କରିଥିଲେ। ମୁଖ୍ୟ ବକ୍ତା ରୂପେ ବ୍ରିଗେଡ଼ିଆର ପ୍ରଭାସ ପତ୍ଟନାୟକ ଯୋଗ ଦେଇ ପ୍ରତି ବର୍ଷ ରାଜ୍ୟ ସରକାର ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ବାଞ୍ଛାନିଧି ଜୟନ୍ତୀ ପାଳନ କରୁଥିବା ବେଳେ ବାଞ୍ଛାନିଧିଙ୍କ ଜନ୍ମ ମାଟିରେ ପ୍ରତି ବର୍ଷ ଜନ୍ମ ଜୟନ୍ତୀ ପାଳିତ ହେଉଥିବା ଜାଣି ଖୁସି ବ୍ୟକ୍ତ କରିବା ସହ ସରକାରଙ୍କ ତରଫରୁ ନିଜ ଜନ୍ମ ମାଟି ଗୋବରା ରେ ବାଞ୍ଛାନିଧିଙ୍କ ପ୍ରତିମୂର୍ତ୍ତିଟିଏ ସ୍ଥାପନ ହେଲେ ଯୁବ ପିଢ଼ି ଅନୁପ୍ରାଣିତ ହେବେ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଥମେ ସୋରଡା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ଓ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ସମେତ ଅତିଥି ମାନେ ବାଞ୍ଛାନିଧିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ନିର୍ବାହୀ ଯନ୍ତ୍ରୀ ଇ.ଅସୀମ ମିଶ୍ର,ବିଶ୍ୱଭାରତୀ ଅଧକ୍ଷ କୁଞ୍ଜବିହାରି ନାୟକ,ଅଧ୍ୟାପକ ସନ୍ତୋଷ ବିଶ୍ୱାଳ, ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର,ନଳିନିକାନ୍ତ ଶର୍ମା,କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ । ବାଞ୍ଛାନିଧି ସ୍ମୃତି ପ୍ରତିଷ୍ଠାନ ତରଫରୁ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ଗୌଡ଼ଙ୍କୁ ବାଞ୍ଛାନିଧି ସମ୍ମାନ ଓ ଅସୀମ ମିଶ୍ର ଓ ସହଧର୍ମିଣୀ ଶୈଳବାଳା ମିଶ୍ର ଙ୍କୁ କୁନ୍ଦଲତା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶିକ୍ଷାବିତ ରାମକୃଷ୍ଣ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ମୃତି ପ୍ରତିଷ୍ଠାନର ସମ୍ପାଦକ ବିଭୁପାଦ ଜେନା ଧନ୍ୟବାଦ ଦେଇଥିଲେ । ବିଶ୍ୱଭାରତୀ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ