ବେଲଗୁଣ୍ଠାର ବିଭିନ୍ନ କ୍ଲଷ୍ଟର୍ ରେ କ୍ଲଷ୍ଟର୍ ସ୍ତରୀୟ ଶିଶୁ ଉତ୍ସବ ସୁରଭି
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ର ମଙ୍ଗଳପୁର,କ୍ଷତ୍ରିୟବରପୁର,ଆମ୍ବପୁଆ,ତନରଡା, ଶାସନ, ନେଟଙ୍ଗା କ୍ଳଷ୍ଟରରେ କ୍ଳଷ୍ଟର ଶିଶୁ ଉତ୍ସବ-୨୦୨୨ ଅନୁଷ୍ଠିତ ହୋଇଯାଇଛି I ମଙ୍ଗଳପୁର କ୍ଳଷ୍ଟର୍ ରେ ସିଆରସିସି ଶଙ୍କର ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ ଅତିଥି ରୂପେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ, ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ,ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ବିଇଓ ପ୍ରସନ୍ନ କୁମାର ବେହେରା,ସରପଞ୍ଚ ପ୍ରତିନିଧି ଜ୍ୟୋତିରଞ୍ଜନ ନାୟକ, ସାମ୍ବାଦିକ ମାଧବ ଚନ୍ଦ୍ର ଆପଟ,ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀଙ୍କ ସମେତ କ୍ଳଷ୍ଟର୍ ର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ I ସେହିପରି କ୍ଷତ୍ରିୟବରପୁର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ପରିସରରେ ସିଆରସିସି ମଧୁସୂଦନ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ଷତ୍ରିୟବରପୁର କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ସରପଞ୍ଚ କମଳ କୁମାରୀ ପ୍ରଧାନ ଯୋଗ ଦେଇଥିବା ବେଳେ ଉଦଯାପନୀ ଉତ୍ସବରେ ସମିତି ସଭ୍ୟ କୁଞ୍ଜବିହାରୀ ନାୟକ,ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ,ଓଏଭି ଅଧ୍ୟକ୍ଷ ରୋଶନ୍ ସାବତ,ସିଆରସିସି କାର୍ତ୍ତିକେୟ ସେଠୀ, ନିକୁଞ୍ଜ ନାୟକ, ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ,ଶିକ୍ଷାବିତ୍ ପ୍ରତାପ ଚନ୍ଦ୍ର ଶତପଥି, ମହନ୍ତ ରାମକୃଷ୍ଣ ଦାସ,ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ I ସିଆରସିସି ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଆମ୍ବପୁଆ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଭଜରାମ ତରାଇ, ଅତୁଲ୍ୟ ସାହୁ, ଆଦିତ୍ୟ ପ୍ରସାଦ ଜେନା,ରମେଶ୍ କୁମାର ପାତ୍ର ଯୋଗ ଦେଇଥିବା ବେଳେ ଉଦଯାପନୀ ଉତ୍ସବରେ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ସରପଞ୍ଚ ନଳିନୀ,ବିଇଓ ପ୍ରସନ୍ନ କୁମାର ବେହେରା ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ସେହିପରି ତନରଡ଼ ସିଆରସିସି ସନ୍ତୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବିଇଓ ଶ୍ରୀ ବେହେରା, ଆର୍ଯ୍ୟକନ୍ୟା ଗୁରୁକୂଳ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ସିଆରସିସି ବିଦେଶୀ ବାଡ଼ତ୍ୟାଙ୍କ ଅଧ୍ୟକ୍ଷତାରେ ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ ଯୋଗ ଦେଇଥିଲେ I


