ମଙ୍ଗଳପୁର ଏବଂ ଆମ୍ବପୁଆ ପଂଚାୟତରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ର ମଙ୍ଗଳପୁର ଏବଂ ଆମ୍ବପୁଆ ପଂଚାୟତର ବିଭିନ୍ନ ଗ୍ରାମରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଆଜିର ଜନ ସମ୍ପର୍କ ପଦଯାତ୍ରାରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଏବଂ ସମ୍ମାନୀତ ଅତିଥି ରୂପେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ଡିଜିଟାଲ ସମ୍ପାଦକ ତଥା ସମିତି ସଭ୍ୟ ବିଭୂପlଦ ଜେନା ୪୭ ଯୋନ ବିଜେଡି ସଭାପତି ପ୍ରଦ୍ୟୁମ୍ନ ପାତ୍ର, ନିଳାଞ୍ଚଳ ସ୍ଵାଇଁ, ପୂର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ,ଓ ରାଜେନ୍ଦ୍ର ଗୌଡ଼,ସରପଞ୍ଚ ପ୍ରତିନିଧି ପଞ୍ଚାନନ ସାମଲ, ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଇ, ,ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁଙ୍କ ସମେତ ବିଭିନ୍ନ ପଂଚାୟତରୁ ଆସିଥିବା ସରପଞ୍ଚ,ସମିତିସଭ୍ୟ ଏବଂ ବିଜେଡ଼ି କର୍ମୀମାନେ ଆମ୍ବପୁଆ ପଂଚାୟତର ଚଢିଆପଲ୍ଲୀ ଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିଲେ I ଏହାପରେ ବଙ୍କା ପଂଚାୟତର ବିଭିନ୍ନ ଗ୍ରାମରେ ପଦଯାତ୍ରା କରିବା ପରେ ମଙ୍ଗଳପୁର ପଂଚାୟତର ବିଭିନ୍ନ ଗ୍ରାମରେ ପଦଯାତ୍ରା କରିବା ସହିତ ବିଧାୟକ ଶ୍ରୀ ସ୍ୱାଇଁ ଏବଂ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନାୟକ ମଙ୍ଗଳପୁର କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I


