ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଶିବିର ପୋଷ୍ୟଗ୍ରାମ ପରଶୁଲୁଣ୍ଡା ଠାରେ ଉଦଯାପିତ ହୋଇଯାଇଛି |ଏହି ସାତଦିନିଆ ଶିବିରରେ ପ୍ରତିଦିନ ସକାଳେ ଯୋଗାସନଠୁ ଆରମ୍ଭ ହୋଇ ବୁଢାକେନ୍ଦୁ ମନ୍ଦିର ପରିସର ସଫାଇ, ଗ୍ରାମ ସଫାଇ, ଜଙ୍ଗଲ ସୁରକ୍ଷା, ସ୍ୱାସ୍ଥ୍ୟ ପରିମଳ ସଚେତନତା, ହାତଧୁଆ ଇତ୍ୟାଦି ହୋଇଥିଲା |ବିଭିନ୍ନ ସମୟରେ ସାଧନ ବ୍ୟକ୍ତି ରୂପେ ଡ଼ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ଅବସର ପ୍ରାପ୍ତ କୃଷି ଅଧିକାରୀ ରାଜେନ୍ଦ୍ର ଦାସ, ସ୍ବସ୍ତି ସୁନ୍ଦର ସିଅ, ଶିଶିର ସ୍ୱାଇଁ, ଜଗଦୀଶ ପାଣିଗ୍ରାହୀ, ଜଗନ୍ନାଥପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ତଥା ଜିଲ୍ଲା ସଂଯୋଜକ ସୁନୀଲ ମୁନି, ଅବସର ପ୍ରାପ୍ତ ପ୍ରାଧ୍ୟାପକ ରାଜେନ୍ଦ୍ର ଡାକୁଆ, ବିବେକାନନ୍ଦ କର ପ୍ରମୁଖ ଯୋଗ ଦେଇ ଶିବିରାର୍ଥୀ ମାନଙ୍କୁ ଉଦବୋଧନ ଦେଇଥିଲେ |ଉଦଯାପନୀ ଉତ୍ସବରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭଲ ମଣିଷ ହେବା ପାଇଁ ଜାତୀୟ ସେବା ଯୋଜନାର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ |ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ସଭାପତିତ୍ୱ କରିଥିଲେ |ସମ୍ମାନିତ ଅତିଥି ରୂପେ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଳପାଣି ଶତପଥି, ପ୍ରାକ୍ତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି, ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ଅଧିକାରୀ ଦିପୁ ଭୂୟାଁ ସ୍ୱାଗତ ଭାଷଣ ଦେଇଥିଲେ |ଅଧ୍ୟାପିକା ସ୍ନିଗ୍ଧା ରାଣୀ ଗୌଡ଼ ଧନ୍ୟବାଦ ଦେଇଥିଲେ |ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ଦିଆଯାଇଥିଲା |ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ମହେଶ୍ୱର ରାଉତ, ସଞ୍ଜୟ ସାହୁ, ପି ଦୀପକ ରାଓ ସାହାଯ୍ୟ କରିଥିଲେ |


