ଗଜପତିରୁ ପୁରୀକୁ ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ମୋହନା ପୋଲିସ ଦ୍ବାରା ଜବତ ୨ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ପୋଲିସକୁ ମିଳିଛି ବଡ ସଫଳତା l ଗଜପତି ଜ଼ିଲ୍ଲା ମୋହନା ପୋଲିସ ରବିବାର ସକାଳ ୧୦ଟା ସମୟରେ କମଳାପୁର ନାକା ଚେକ୍ ପୋଷ୍ଟ ଠାରେ ଯାନବାହନ ଯାଞ୍ଚ କଲାବେଳେ ଏକ ସୁଜୁକି ସୁଇଫ୍ଟ ଡିଜାଏର୍ କାର୍ ନଂ ଓଡି ୦୨ ବିଜି ୮୨୧୩ ରୁ ବିପୁଳ ପରିମାଣ ର ଚନ୍ଦନ କାଠ ଜବତ କରିଛି। ଉକ୍ତ ଚନ୍ଦନ କାଠ ଗଜପତି ଜ଼ିଲ୍ଲା ରାମଗିରି ଅଞ୍ଚଳରୁ ପୁରୀ ଚାଲାଣ ହେଉଥିବା ଜଣାପଡିଛି।ଏହି ଚାଲାଣ ରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳ ର ଜମାଲ୍ ଖାନ୍ ଏବଂ ସୁଜାଦିନ୍ ଖାନ୍ଚ। ଚନ୍ଦନ କାଠ ସହ ଅଭିଯୁକ୍ତ ମାନଙ୍କ ଠାରୁ ୫୩୬୦/- ଟଙ୍କା ମଧ୍ୟ ଜବତ କରାଯାଇଛି। ଏନେଇ ମୋହନା ଥାନା କେସ୍ ନଂ ୧୮୭/୨୨ ରେ ଏକ ମାମଲା ରୁଜୁ କରାଯିବା ସହ ଜବତ ସାମଗ୍ରୀ ଗୁଡିକୁ ବନବିଭାଗ କୁ ହସ୍ତାନ୍ତର କରାଯାଇଥିବା ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ