ସ୍ତ୍ରୀକୁ ହତ୍ୟା କରି ଫେରାର ଥିବା ସ୍ୱାମୀ ଗିରପ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବାଇଝାଲ ପଞ୍ଚାୟତ ନିକଟସ୍ଥ କୁଡ଼ିଙ୍ଗଡ଼ା ଗ୍ରାମରେ ରବିବାର ବିଭୋସ୍ତ ହତ୍ୟାକାଣ୍ଡ ଘଟିଥିଲା। ସ୍ୱାମୀର କଟୁରି ଛୋଟରେ ସ୍ତ୍ରୀ ବୁଡ଼ି ଦଳବେହେରା(୪୮) ମୃତ୍ୟୁ ହୋଇଥିଲା।ଏହି ଅଞ୍ଚଳରେ ଏପରି ରାସ୍ତା ଉପରେ ହତ୍ୟାକାଣ୍ଡ ଘଟଣା ପ୍ରଥମ ଥର ହେଉଥିବା ବେଳେ ଅଞ୍ଚଳବାସୀ ଭୟଭୀତ ହୋଇ ଯାଇଥିଲେ। ହତ୍ୟାକାଣ୍ଡ ଘୋଟେଇ ଫେରାର ଥିବା ଅଭିଯୁକ୍ତ ପାଇଁ ଚିନ୍ତାରେ ଅଞ୍ଚଳବାସୀ। ଘଟଣା ପରେ ସ୍ବାମୀ ଇଲାନ ଦଳବେହେରା(୫୮) ଫେରାର ଥିଲା। ପ୍ରାଥମିକ ସୂଚନା ଅନୁସାରେ ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିଲା।ଘଟଣାସ୍ଥଳରେ ସେରଙ୍ଗ ପୋଲିସ ପହଞ୍ଚି ମୃତ୍ୟୁଦେହ ସହ ହତ୍ୟାରେ ବ୍ୟବହୃତ କଟୁରି ଜବତ କରି ତଦନ୍ତ ଆରମ୍ଭ କରିଥିଲା।ସେରଙ୍ଗ ଆଇଆଇସିଙ୍କ ନେତୃତ୍ୱରେ ଗୁମ୍ମା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ଜାଗାରାଙ୍ଗା,ଗାଇବା ଫାଣ୍ଡି ଅଧିକାରୀ ପ୍ରକାଶ ଶବର,କନେଷ୍ଟବଳ ଓ ହୋମଗାର୍ଡ ଏକ ଟିମ ଗଠନ କରି ହତ୍ୟାକାରୀକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟରେ ମଙ୍ଗଳବାର ଇଲାନ ଦଳବେହେରା ଗାଁ ପାଖ ଜଗଲରେ ରହିଛି ବୋଲି ବିଶେଷ ସୂତ୍ରରୁ ଖବର ମିଳିବା ପରେ ପୋଲିସ ଆଜି କାବୁ କରିବା ସହ ଡକ୍ଟର ପରୀକ୍ଷା କରି କୋର୍ଟ ଚାଲାଣ କରିଛି ସେରଙ୍ଗ ପୋଲିସ। ଗାଁ ଲୋକଙ୍କ କହିବା ଅନୁସାରେ ଶବ ସତ୍କାର ସମୟରେ ବିଳମ୍ବିତ ରାତିରେ ଲୁଚିକରି ମାଟି ପକେଇବା ପାଇଁ ଆସିଥିଲା ଇଲାନ। ନିଜ କ୍ରୋଧ ସମ୍ବାଳି ନପାରି ଏମିତି ଅଘଟଣ ଘୋଟେଇ ଥିବା କହିଛି ଇଲାନ। ଏ ସମ୍ପର୍କରେ ସେରଙ୍ଗ ଥାନା କେସ ନମ୍ବର ୮୫/୨୦୨୨ ଦଫା ୩୦୨ ଆଇପିସି ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ଇଲାନ ଦଳବେହେରାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଆଇଆଇସି ଅଶୋକ କୁମାର ହ୍ୱସଦା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ