କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର ଘଟଣା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଗତ ୧୮ତାରିଖ ମଂଗଳବାର ଦିନ କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅଧିନସ୍ଥ ବାଲିଘାଇ ଗ୍ରାମ୍ୟ ନିର୍ମାଣ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଣ୍ଟ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅସଦବ୍ଯବହାର ଓ ମର୍ଯ୍ୟାଦାହାନି ମନ୍ତବ୍ୟ ପ୍ରଦାନ କରିଥିବା ଘଟଣାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସତ୍ଯବ୍ରତ ବେହେରା ଶୁକ୍ରବାର କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ କାର୍ଯ୍ୟାଳୟ ଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଖବରରୁ ପ୍ରକାଶ ଯେ କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅଧିନସ୍ଥ ବାଲିଘାଇ ଗ୍ରାମ୍ୟ ନିର୍ମାଣ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଣ୍ଟ ସେସ୍କନ ଅଫିସକୁ ନ ଯାଇ କୋଣାର୍କ ଉପଖଣ୍ଡ କାର୍ଯ୍ୟାଳୟ ଠାରେ ବିଭାଗର ବିନା ଆଦେଶରେ ଅବସ୍ଥାନ କରିବା, ସେସ୍କନରେ ଯୋଗଦାନ କରିବା ଦିନଠାରୁ କାର୍ଯ୍ୟାଳୟ ଗୃହ ଓ କନିଷ୍ଠ ଯନ୍ତ୍ରୀ ବାସଭବନ ମରାମତି ଓ ନବୀକରଣ ସମ୍ପର୍କରେ ବିଭାଗକୁ ଅବଗତ ନ କରିବା ସହ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅସଦବ୍ଯବହାର ଓ ମର୍ଯ୍ୟାଦାହାନି ମନ୍ତବ୍ୟ ପ୍ରଦାନ କରିଥିବା ସମୟର ଭିଡିଓ ଓ ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିଲମ୍ବନ କରିବା ପାଇଁ ତଦନ୍ତରେ ଆସିଥିବା ଗ୍ରାମ୍ଯ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସତ୍ଯବ୍ରତ ବେହେରାଙ୍କ ନିକଟରେ ଅସଦବ୍ଯବହାରର ଶିକାର ହୋଇଥିବା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ଓ ଜ୍ଯୋତିରାଜ ମହାନ୍ତି ନିଜର ପକ୍ଷ ରଖିଥିଲେ। ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସତ୍ଯବ୍ରତ ବେହେରା ଅସଦବ୍ଯବହାର ଓ ମର୍ଯ୍ୟାଦାହାନି ମନ୍ତବ୍ୟ ପ୍ରଦାନ କରିଥିବା ବାଲିଘାଇ ଗ୍ରାମ୍ୟ ନିର୍ମାଣ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଣ୍ଟ ଓ କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ବସ୍ତିକା ଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଉଭୟ ପକ୍ଷଙ୍କ ଠାରୁ ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ବୟାନ ଲିପିବଦ୍ଧ କରାଯାଇ ତଦନ୍ତ ରିପୋର୍ଟକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ କର୍ତୃପକ୍ଷଙ୍କ ନିକଟକୁ ପଠାଯିବ ବୋଲି ତଦନ୍ତକାରୀ ଅଧିକାରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସତ୍ଯବ୍ରତ ବେହେରା ତଦନ୍ତ ସମୟରେ ପ୍ରକାଶ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ବିଭାଗ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଅସଦବ୍ଯବହାର ଓ ମର୍ଯ୍ୟାଦାହାନି ମନ୍ତବ୍ୟ ପ୍ରଦାନ କରିଥିବା ବାଲିଘାଇ ଗ୍ରାମ୍ୟ ନିର୍ମାଣ ସେସ୍କନର କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଣ୍ଟଙ୍କ ବିରୋଧରେ ରିପୋର୍ଟ ଆଧାରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସତ୍ଯବ୍ରତ ବେହେରା ପ୍ରକାଶ କରିଛନ୍ତି। ଅପରପକ୍ଷରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଅସଦବ୍ଯବହାର ଓ ମର୍ଯ୍ୟାଦାହାନି ମନ୍ତବ୍ୟ ପ୍ରଦାନ କରିଥିବା କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଣ୍ଟଙ୍କ ବିରୋଧରେ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ତାଙ୍କୁ ଚାକିରୀରୁ ନିଲମ୍ବନ କରାନଗଲେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି କୋଣାର୍କ ସାମ୍ବାଦିକ ସଂଘର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ମତବ୍ୟକ୍ତ କରିଛନ୍ତି।