ଦକ୍ଷିଣଏସୀୟ ୭ ଦେଶର ରାଷ୍ଟ୍ରଦୂତ ଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

ନିମାପଡ଼ା, (ସନ୍ତୋଷ ଦାଶ):୩ ଦିନିଆ ଓଡିଶା ଭ୍ରମଣରେ ଆସିଥିବା ଦକ୍ଷିଣଏସୀୟ ୭ ଦେଶର ରାଷ୍ଟ୍ରଦୂତ ପ୍ରତିନିଧି ମଣ୍ଡଳୀ ମାନେ ଗୁରୁବାର ପୂର୍ବାହ୍ନରେ କୋଣାର୍କ ପରିଦର୍ଶନ କରିଥିଲେ। ମାଲେସିଆ, ମିଆଁମାର, ଥାଇଲାଣ୍ଡ, ଭିଏତନାମ, ବୃନେଇ, ଇଣ୍ଡୋନେସିଆ, ଲାଓପୀଡିଆ ଦେଶର ରାଷ୍ଟ୍ରଦୂତ ମାନେ କଡା ସୁରକ୍ଷା ବଳୟ ଭିତରେ ଭୁବନେଶ୍ବରରୁ ଆସି କୋଣାର୍କରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କୁ ପ୍ରଥମେ ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ରରେ ପୁରୀ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରଥମେ ରାଷ୍ଟ୍ରଦୂତମାନେ ବ୍ୟାଖ୍ୟାନ କେନ୍ଦ୍ର ବୁଲିସାରିବା ପରେ ସୂର୍ଯ୍ୟମନ୍ଦିରର ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ସବୁ ବୁଲି ଦେଖିଥିଲେ। ସରକାରୀ ସ୍ଵୀକୃତିପ୍ରାପ୍ତ ବରିଷ୍ଠ ଗାଇଡ ବିଶେଶ୍ୱର ଦାଶ ସେମାନଙ୍କୁ ବ୍ୟାଖ୍ୟାନ କେନ୍ଦ୍ର ସହ ସୂର୍ଯ୍ୟମନ୍ଦିରର ଐତିହାସିକ ତଥ୍ୟ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହି ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର, ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ, ଅମୀୟ କୁମାର ସେଠି, କୋଣାର୍କ ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ, ଏଏସଆଇ ଅଧିକାରୀ ଚିତ୍ତରଞ୍ଜନ ଦାଶ, ଆଇଓଏଫ ଅଧିକାରୀ ରାଜକିଶୋର ଦଳାଇ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ରାଷ୍ଟ୍ରଦୂତଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋଣାର୍କ ମନ୍ଦିରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରେ ପରେ ପ୍ରତିନିଧି ମଣ୍ଡଳୀ ମାନେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ ସେଠାରୁ ଭୁବନେଶ୍ବର ଫେରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ