ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ୩୧ ରେ ନବୀନ ନିବାସ ଘେରାଉ କରିବ ବିଜେପି
ନିମାପଡ଼ା, (ସନ୍ତୋଷ ଦାଶ):ଆସନ୍ତା ୩୧ ରେ ବିଜେପି ଦଳ ପକ୍ଷ ରୁ ନବୀନ ନିବାସ ଘେରାଉ କରାଯିବ ବୋଲି ଆଜି ନିମାପଡ଼ା ବିଜେପି ପକ୍ଷରୁ ଆୟୋଜିତ ଏକ ପ୍ରସ୍ତୁତି ବୈଠକ ରୁ ଜଣାପଡିଛି ।ନିମାପଡ଼ା ର ଯୁବ ନେତା ଦିଲ୍ଲୀପ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ଦିନକୁ ଦିନ ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି ।ଶାସକ ଦଳର ବହୁ ନେତା ,ମନ୍ତ୍ରୀ ଅନୈତିକ କାର୍ଯ୍ୟରେ ସଂପୃକ୍ତି ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିରବ ରହୁଛନ୍ତି ।ଓଡ଼ିଶା ପୋଲିସ ବି ରାଜ୍ୟ ସରକାର ଙ୍କ ହାତବାରିସି ସାଜି କାର୍ଯ୍ୟ କରୁଛନ୍ତି ।ତେଣୁ ଆସନ୍ତା ୩୧ ରେ ନବୀନ ନିବାସ ଘେରାଉ କରାଯିବ ବୋଲି ରାଜ୍ୟ ବିଜେପି ଉପ ସଭାପତି ପ୍ରଭାତୀ ପରିଡ଼ା ପ୍ରକାଶ କରିଥିଲେ ।ଏହି ପ୍ରସ୍ତୁତି ବୈଠକ ରେ ପ୍ରଦୀପ୍ତ ନାୟକ ,ପୂର୍ଣ୍ଣଚନ୍ଦ୍ର ଓଝା ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ,ସାଧାରଣ ସମ୍ପାଦକ ,ଶକ୍ତି କେନ୍ଦ୍ର ପ୍ରମୁଖ ମଣ୍ଡଳ ପ୍ରଭାରୀ ମାନେ ଉପସ୍ଥିତ ଥିଲେ ।


