ସାମୁଦ୍ରିକ ବାତ୍ୟା ଫୋନି କୁ ତିନିବର୍ଷ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକର ବିଭିନ୍ନ ପଂଚାୟତରେ ସାମୁଦ୍ରିକ ବାତ୍ୟା ଫୋନି ଦ୍ୱାରା କ୍ଷତିଗ୍ରସ୍ତ ହୋଇ କ୍ଷତିପୂରଣ ପାଇନଥିବା ବିପନ୍ନ ମାନେ ଆଜି ନିମାପଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି । ସାମୁଦ୍ରିକ ବାତ୍ୟା ଫୋନିରେ ସମ୍ପୁର୍ଣ୍ଣ ଭାବେ ଘର ଭାଙ୍ଗି ପାଲିଥିନି ତଳେ ଦିନ କାଟୁଥିଲେ ମଧ୍ୟ ତିନି ବର୍ଷ ହେଲା ସହାୟତା ରାଶି ପାଇଁ ଜିଲ୍ଲାପାଳ,ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହେବାପରେ ବିପନ୍ନ ମାନେ ଶେଷରେ ଆମରଣ ଅନଶନ କରିଛନ୍ତି । ନିମାପଡ଼ା ବ୍ଲକ ଉଛୁପୁରୁ ଓ କୋଟକୁସାଙ୍ଗ ପଂଚାୟତର ୧୨ଟି ଫୋନି ବିପନ୍ନ ପରିବାର ଗତ ସେପ୍ଟେମ୍ବର ୧୯ ତାରିଖ ରେ କ୍ଷତିପୂରଣ ଦାବିରେ ଅନଶନ କରିବା ପରେ ନିମାପଡ଼ା ତହସିଲଦାର ୮ଦିନ ମଧ୍ୟରେ ସମାସ୍ୟା ର ସମାଧାନ କରିଦେବେ ବୋଲି ପ୍ରତିଶୃତି ଦେବାରୁ ବିପନ୍ନ ମାନେ ଅନଶନରୁ ଉଠିଥିଲେ । ହେଲେ ଏହା ମଧ୍ୟରେ ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପ୍ରତିଶୃତି ରକ୍ଷା ନ କରିବାରୁ ଏହି ବିପନ୍ନ ପରିବାର ପୂନର୍ବାର ଆଜି ନିମାପଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିପନ୍ନ ମାନେ ଅନସନରୁ ଉଠିବେ ନାହିଁ ବୋଲି ଉର୍ମିଳା ବେହେରା, ଜନାର୍ଦ୍ଦନ ଦାଶ, ନାରାୟଣ ବେହେରା ପ୍ରମୁଖ ବାତ୍ୟା ବିପନ୍ନ ଚେତାବନୀ ଦେଇଛନ୍ତି ।


