ଆମ ଓଡ଼ିଶାର ରକ୍ତଦାନ ଶିବିର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବେଣୀପଲ୍ଲୀ ପଞ୍ଚାୟତର ବରପଲ୍ଲୀ ପରି ଏକ ଛୋଟିଆ ଗ୍ରାମରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତଦାନ କରିବା ପାଇଁ ଉତ୍ସାହୀ ଯୁବକ ଓ ମହିଳା ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ୨୦ ରୁ ଉର୍ଦ୍ଧ୍ବ ମହିଳା ରକ୍ତଦାନ କରିବା ପାଇଁ ଆସିଥିଲେ ମଧ୍ୟ ବିଭିନ୍ନ କାରଣବଶତଃ କେବଳ ୬ ଜଣ ରକ୍ତଦାନ କରିପାରିଥିଲେ । ୪୧ ଜଣ ଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ୩୫ଜଣ ରକ୍ତଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଙ୍ଗପୁର ଥାନାଧିକାରୀ ଶୁଭେନ୍ଦୁ ରଞ୍ଜନ ସାହୁ,ଏଏସ୍ଆଇ ଉମାଚରଣ ପ୍ରଧାନ,ବେଲଗୁଣ୍ଠା ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବେଣୀପଲ୍ଲୀ ସରପଞ୍ଚ ଦୂର୍ଗା ମାଧବ ନାୟକ, ଡଃ ସନ୍ତୋଷ କୁମାର ବିଶ୍ୱାଳ,ଗ୍ରାମ ସଭାପତି ସୂର୍ଯ୍ୟ ନାରାୟଣ ବାରିକ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉଛlହିତ କରିଥିଲେ । ଆଗାମୀ ଦୁଇ ତାରିଖରେ ଗ୍ରାମରେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ ଅବସରରେ ମାଁ କନକଦୂର୍ଗା ଯୁବ ସଂଘ ର ସଦସ୍ୟ ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିବା ଏହି ଶିବିରକୁ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ । ଏହି ଶିବିରରେ ୬ ଜଣ ମହିଳା ରକ୍ତଦାତା ହେଲେ ପ୍ରଭାସିନୀ ବିଶ୍ୱାଳ, ରଶ୍ମିତା ରାଉତ, ପୁଷ୍ପାଞ୍ଜଳି ରାଉତ, ଅନୁପମା ମହନ୍ତ,ମାମିନୀ ବେହେରା,ଲିଜା ରାଣୀ ନାୟକ ଗ୍ରାମ ସଭାପତି ସୂର୍ଯ୍ୟନାରlୟଣ ବାରିକ, ନାୟବ ସରପଞ୍ଚ ଙ୍କ ସମେତ ୪୧ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ ।ଭଞ୍ଜନଗର ରକ୍ତ ଭଣ୍ଡାରର ଇତିଶ୍ରୀ ତ୍ରିପାଠୀ, ଲକ୍ଷ୍ମୀ ନୃସିଂହ ମାଝୀ, ବିପିନ କୁମାର ପାଣିଗ୍ରାହୀ,ସିମାଞ୍ଚଳ ସେଠୀ, ନାରାୟଣ ପାଢ଼ୀ ଓ ପ୍ରଭାକର ମହାରଣା ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର,ବେଣୀପଲୀ ସରପଞ୍ଚ ଦୂର୍ଗା ମାଧବ ନାୟକ, ଗ୍ରାମ ସଭାପତି ସୂର୍ଯ୍ୟ ନାରାୟଣ ବାରିକ,ଯୁବକ ସଂଘ ସଭାପତି ଦିପକ ଶିଅ ଙ୍କ ସମେତ ମାଁ କନକଦୂର୍ଗା ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।


