ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଚମାଖଣ୍ଡି ଆଂଚଳିକ ପରିଷଦ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚମାଖଣ୍ଡି ଆଂଚଳିକ ପରିଷଦର ବୈଠକ ଚମାଖଣ୍ଡି ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ଶ୍ରମିକ ନେତା ଦୁର୍ଯ୍ୟୋଧନ ନାହାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ଜିଲ୍ଲା ଛତ୍ରପୁର ତହସିଲ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ନିକଟରେ ସ୍ମାର୍ଟ କେମ ଟେକ୍ନୋଲୋଜି ନାମକ ବିଶାକ୍ତ ସାର କାରାଖାନା ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ସଂଗ୍ରାମୀ ନେତା ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ଦଳୀୟ ନେତା ଓ କର୍ମୀ ମାନେ ସହମତି ପ୍ରକାଶ କରିବା ସହ ଆଗାମୀ ଦିନରେ ଅଂଚଳବାସୀଙ୍କ ହିତ ନିମନ୍ତେ ବଡ ଧରଣର ଟାଟା ବିରୋଧୀ ଆନ୍ଦୋଳନ କରାଯିବ ବୋଲି ଏହି ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲ।। ରବିବାର ଦିନ ବ୍ରହ୍ମପୁର ବିସିସି ବ୍ୟାଙ୍କର ଜୋନ ନଂ ୫ (ଛତ୍ରପୁର ) ନିର୍ଦ୍ଦେଶକ ଭାବେ ଛତ୍ରପୁର ସିପିଆଇ ଜୋନ ସହ –ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ଦୁର୍ଯ୍ୟେଧନ ପରିଡା ବିଜୟୀ ହୋଇଥିବା ରୁ ଆଜି ଚମାଖଣ୍ଡି ଆଂଚଳିକ ପରିଷଦ ପକ୍ଷରୁ ଶ୍ରୀ ପରିଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲ।। ଏହି ଅବସରରେ ଭାରତୀୟ କମ୍ୟନିଷ୍ଠ ପାର୍ଟିର ଆନ୍ଧ୍ରାପ୍ରଦେଶର ବିଜୟୱାଡା ଠାରେ ହୋଇଥିବା ଜାତୀୟ ସମ୍ମିଳନୀର ରିପୋର୍ଟ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଉପସ୍ଥାପନ କରିଥିଲେ । ଆସନ୍ତା ଡିସେମ୍ବର ମାସ ୩୦ ତାରିଖ ସୁଦ୍ଧା ଅଂଚଳିକ ପରିଷଦର ସମସ୍ତ ସଭ୍ୟ ପଦ ନବୀକରଣ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ଶାଖା ସମ୍ମିଳନୀ ଗୁଡିକୁ ମଧ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଏହି ବୈଠକରେ ଜୋନାଲ ସମ୍ପାଦକ ସି. ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ସହ ସମ୍ପାଦକ ଏନ୍‌. ଗିରିଜା ପ୍ରସାଦ ରେଡ୍ଡୀ, ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି ଓ ଭାଗିରଥୀ ପ୍ରଧାନ, କେଶବ ନାହାକ, ଏନ. ମୁନା ପାତ୍ର, ନାରୀନେତ୍ରୀ ସରସ୍ୱତୀ ପ୍ରଧାନ, ଡଃ. ଦୁର୍ଯ୍ୟେଧନ ପ୍ରଧାନ, ସିଏଚ. ସତ୍ୟନାରାୟଣ ରେଡ୍ଡୀ, ରବି ମହାପାତ୍ର, କେଶବ ବେହେରା, ପୁରୁଷୋତ୍ତମ ପାତ୍ର, ଉଦୟ ନାହାକ, ଲିଙ୍ଗରାଜ ଗୈାଡ, ଦଣ୍ଡାସୀ ପାତ୍ର, ସନୀଆ ପ୍ରଧାନ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗାଦେଇ ଆଗାମୀ ଦିନରେ ଦଳୀୟ ସଂଗଠନ କିପରୀ ମଜବୁତ କରାଯିବ ସେଥି ନିମନ୍ତେ ଶପଥ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ