ଦୁର୍ନୀତି ନିବାରଣ ସପ୍ତାହରେ ପ୍ରଶାସନର ଶପଥପାଠ

ବାଲେଶ୍ୱର, (ସରୋଜ ପଣ୍ଡା):ରାଷ୍ଟ୍ରୀୟ ଏକତା ଦିବସ ଏବଂ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲା ପ୍ରଶାସନ ପକ୍ଷରୁ ଶପଥପାଠ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ଭାରତର ଅଖଣ୍ଡତାକୁ ବଜାୟ ରଖିବା ସହ ନିଷ୍ଠାପର ଭାବେ କାର୍ଯ୍ୟ କରିବା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ସେହିଭଳି ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ଜୀବନର ସବୁ କ୍ଷେତ୍ରରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବା ଏବଂ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଜିଲାପାଳଙ୍କ ସମେତ ଅଧିକାରୀ ତଥା କର୍ମଚାରୀମାନେ ଶପଥ ନେଇଥିଲେ । ସହକାରୀ ଜିଲାପାଳ ସ୍ୱାଗତିକା ଦାସ, ଜିଲ୍ଲା ଶିକ୍ଷାଧିରକାରୀ ବିଷ୍ଣୁପ୍ରସାଦ ସୂତାର, ଆଂଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା, ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲିକ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଡେପୁଟି କଲେକ୍ଟର ସୀତାଂଶୁ ଦାସ, ଜିଲା ଜରୁରୀକାଳୀନ ଅଧିକାରିଣୀ ରିଜୱାନା କବକଅବ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏହି ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ସୂଚନା ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୁୟାଁ ଏଥିରେ ସଂଯୋଜନା କରିଥିଲେ । ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଆଭାସି ମାଧ୍ୟମରେ ଜିଲାପାଳଙ୍କୁ ଶପଥ ପାଠ କରାଇଥିଲେ । ପରେ ଜିଲାପାଳ ଅଧିକାରୀ ଓ କର୍ମଚାରୀରଙ୍କୁ ନେଇ ସମୂହ ଶପଥ ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ