ବଳରାମ ସାମାଜିକ ସାଂସ୍କୃତିକ ପରିଷଦର ତୁଳସୀ ବିବାହ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପବିତ୍ର ଗରୁଡ ଦ୍ୱାଦଶୀ ଉପଲକ୍ଷେ କେନ୍ଦ୍ରାପଡା ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ଅବସ୍ଥିତ କାଶୀବିଶ୍ୱନାଥ ମନ୍ଦିରରେ ପୂଜା ପାଉଥିବା ଶ୍ରୀବଳରାମଙ୍କ ସହିତ ତୁଳସୀଙ୍କ ବିବାହ ଉତ୍ସବ ନିଖିଳ ଓଡିଶା ତୁଳସୀ ଶ୍ରୀ ଶ୍ରୀ ବଳରାମ ସାମାଜିକ ସାଂସ୍କୃତିକ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଚାରିନଙ୍ଗଳର ଲକ୍ଷ୍ମୀ-ନାରାୟଣ ପୂଜା କମିଟିର ମହେଶ୍ୱର ମହାପାତ୍ର, କାହ୍ନୁ ଚରଣ ଦାସ, ବାନାମ୍ବର ସାମଲ, ଉମେଶ ଦାସ, ସଖୀବଟ ଉନ୍ନୟନ ପରିଷଦର ଟ୍ରଷ୍ଟି ଦିଲ୍ଲିପ ବିଶ୍ୱାଳ, ଅବସରପ୍ରାପ୍ତ ଶିକ୍ଷକ ଫକିର ମୋହନ ଓଝା, ମନ୍ଦିର ପୂଜକ ଗୈାରାଙ୍ଗ ସୁଆରଦିବାକର ପତ୍ରୀ,ହାବୁ ସୁୁାଆର, ଦିପକ ପତି ଓ ଅନ୍ୟ ପୂଜକମାନଙ୍କ ଗହଣରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପ୍ରଭୁ ଶ୍ରୀବଳରାମ ଅତ୍ୟାଚାରୀ, ଉତ୍ପୀଡକ ଅସୁର ରାଜା କନ୍ଦରାସୁର, ଶଙ୍କୁକର୍ଣ୍ଣ ଓ ମଧୁଦୈତ୍ୟମାନଙ୍କୁ ବଧକରି ତୁମସୀଙ୍କୁ ବିବାହ କରି କେନ୍ଦ୍ରାପଡା ଓ ତୁଳସୀକ୍ଷେତ୍ର ନାମକରଣ କରିବା ସହ ଅନ୍ୟାନ୍ୟ ବହୁସ୍ଥାନକୁ ମଧ୍ୟ ନାମକରଣ କରିଥିଲେ । ପବିତ୍ର ଗରୁଡ ଦ୍ୱାଦଶୀ ତିଥିରେ ତୁଳସୀଙ୍କ ପାଣିଗ୍ରହଣ କରିବା ପରେ ତୁଳସୀ ନିଜ ପିତା, ପିତାମହ ଓ ପ୍ରପିତାମହ ଯଥାକ୍ରମେ କନ୍ଦରାସୁର, ଶଙ୍କୁକର୍ଣ୍ଣ ଓ ମଧୁଦୈତ୍ୟଙ୍କ ସୃୁତି ଉଦ୍ଦେଶ୍ୟରେ ନାମକରଣ କରିବା ପଇଁ ଶ୍ରୀ ଶ୍ରୀ ବଳରାମଙ୍କୁ ଅନୁରୋଧ କରିଥିଲେ । ଏହି ପୁରାଣବର୍ଣ୍ଣିତ ଉପାଖ୍ୟାନ ସମ୍ପର୍କରେ ଶ୍ରୀ ସାମନ୍ତ ଆଲୋକପାତ କରିଥିଲେ । ଏହି ଅବସରରେ ନିଖିଳ ଓଡିଶା ତୁଳସୀ ଶ୍ରୀଶ୍ରୀ ବଳରାମ ସାମାଜିକ-ସାଂସ୍କୃତିକ ପରିଷଦ ପକ୍ଷରୁ ଗଣାମାହାଲ ସ୍ଥିତ ବିନୋଦ ବିହାରୀ ମନ୍ଦିର ପରିସରରେ କେନ୍ଦ୍ରାପଡା ଓ ତୁଳସୀକ୍ଷେତ୍ର ଏବଂ ଅନ୍ୟାନ୍ୟ ସ୍ଥାନର ନାମକରଣ ସମ୍ବନ୍ଧରେ ପ୍ରଥମ ବାର୍ଷିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ସତୀଶ ଚନ୍ଦ୍ର ସାମନ୍ତ, ସ୍ୱର୍ଗତା ପ୍ରଫୁଲ୍ଲମୟୀ ସାମନ୍ତ ଏବଂ ସ୍ୱର୍ଗତା ଶତଦଳ ସାମନ୍ତଙ୍କ ସୃତି ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଶ୍ରୀବଳରାମଙ୍କ ମୂର୍ତ୍ତି ସ୍ଥାପନ କରାଯିବ ବୋଲି ପରିଷଦର ସଭାପତି ଶ୍ରୀ ନେପାଳ ପ୍ରକାଶ ସାମନ୍ତ ସୂଚନା ଦେଇଥିଲେ । ଏହି ଅବସରରେ ଗତ ଗୁରୁବାର ଦିନ ଚମ୍ପତିପୁର ଲଳିତଗିରିରୁ ଶ୍ରୀବଳରାମଙ୍କ ଚଳନ୍ତି ପ୍ରତିମା ଡେରାବିଶର ଓଲଢି ଠାରେ ପହଞ୍ôଚବା ପରେ ସେଠାରେ ମଧୁଦୈତ୍ୟ ବଧ କରାଯାଇଥିଲା । ଏହାପରେ ଶୁକ୍ରବାର ଛତାମଠ ଠାରେ ବିମାନ ଚାପ ଖେଳିବା ପରେ ସନ୍ଧ୍ୟାରେ ଚାରିନଙ୍ଗଳ ଠାରେ ଶଙ୍କୁକର୍ଣ୍ଣ ଅସୁରବଧ ହୋଇଥିଲା । ଏହାପରେ ଶନିବାର ବିନୋଦବିହାରି ମନ୍ଦିର ପରିସରରେ ତୁଳସୀ ଓ ଶ୍ରୀବଳରାମଙ୍କର ଏକ ପଟୋଚିତ୍ର ଉନ୍ମୋଚନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ