ପୋଲସରାରେ ନୂତନ ଶିକ୍ଷା ନୀତି ବିଷୟରେ ପାଠଚକ୍ର

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଆଇ.କ୍ବିଉ.ଏ.ସି. ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ” ନୂତନ ଶିକ୍ଷା ନୀତିରେ ଆଞ୍ଚଳିକ ଭାଷାର ଗୁରୁତ୍ୱ” ବିଷୟରେ ଏକ ପାଠଚକ୍ର ନଭେମ୍ବର ୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରରେ ଉଚ୍ଚ ମାଧମିକ ଶିକ୍ଷା ଉପସଚିବ ଡକ୍ଟର କୁଳମଣି ଓଝା ଯୋଗଦେଇ ନୂତନ ଶିକ୍ଷା ନିତି ସମ୍ପର୍କରେ ମତ ରଖିଥିଲେ। କଲେଜର ପ୍ରିନ୍ସପାଲ ଡକ୍ଟର ଦିବାକର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅଧ୍ୟାପକ ବିରଞ୍ଚିନାରାୟଣ ରଥ ସଂଯୋଜନା କରିଥିବା କାର୍ଯକ୍ରମରେ ଅଧ୍ୟାପକ ବାଲାରାଜୁ ପାତ୍ର ଉପସ୍ଥିତ ଥିଲେ। ଅଧ୍ୟାପକ ରୁଦ୍ରପ୍ରସାଦ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ