ଆଇ ଆଇ ଟି ଛାତ୍ରଛାତ୍ରୀ ଙ୍କ ବାତ୍ୟା ସମ୍ପର୍କ ରେ ଅନୁଧ୍ୟାନ ଓ ଗବେଷଣା

ନିମାପଡ଼ା, (ସନ୍ତୋଷ ଦାଶ):ଓଡିଶା ରାଜ୍ୟ ଗୋଟେ ପ୍ରାକୃତିକ ବିପର୍ଯୟ ପ୍ରବଣ ରାଜ୍ୟ । ଦୀର୍ଘ ବର୍ଷ ହେବ ସାମୁଦ୍ରିକ ବାତ୍ୟା ଓଡିଶା ଉପକୂଳ ରେ ଅନେକ କ୍ଷତି ଘଟାଇ ଆସୁଛି।ଯାହାର ଅନେକ ବୈଜ୍ଞାନିକ କାରଣ ଓ ଭୌଗଳିକ କାରଣ ରହିଛି। କଣ ସେ ସବୁ କାରଣ ? ଏହାର ଅନୁଧ୍ୟାନ ଓ ଗବେଷଣା କରିବାକୁ ଆଜି ଓଡିଶା ଆଇଆଇଟି ଛାତ୍ରଛାତ୍ରୀ ମାନେ ଅଷ୍ଟ୍ରେଲିଆ ପ୍ରଫେସର ମାନଙ୍କ ସହିତ ଆସି ପହଂଚିଥିଲେ ପୁରୀ ଜିଲ୍ଲା ର ବାତ୍ୟା ପ୍ରବଣ ଭାବେ ଚିହ୍ନଟ ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ରେ।ଏହି ଉପକୂଳ ଅଂଚଳ ରେ ବାତ୍ୟା ଓ ସୁନାମୀ ହେବା ସମ୍ପର୍କ ରେ ସବିଶେଷ ଅନୁଧ୍ୟାନ କରିଥିଲେ। ଏନ. ଟି. ୟୁ. ବିଶ୍ୱବିଦ୍ୟାଳୟ ସିଙ୍ଗାପୁର ର ଅଭିଜ୍ଞାତା ସମ୍ପନ୍ନ ଅଷ୍ଟ୍ରେଲିଆ ର ପ୍ରଫେସର ଆଦାମ ଡି ସ୍ବୀଜେନ ଙ୍କ ନେତୃତ୍ୱ ରେ ଏକ ବୈଜ୍ଞାନିକ ଟିମ ଏଠାକୁ ଆସିଥିବା ଶତାଧିକ ଆଇ ଆଇ ଟି ଛାତ୍ରଛାତ୍ରୀ ମାନଙ୍କୁ ଏ ବାବଦରେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କରାଇଥିଲେ।ବାତ୍ୟା କଣ ପାଇଁ ଉପକୂଳ ରେ ସଦାସର୍ବଦା ସଂଗଠିତ ହେଉଛି ଓ ଏହା ପଛରେ ଥିବା କାରଣ କଣ ସବୁ ସମ୍ପର୍କ ରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ଅଭିଜ୍ଞ ବିଶେଷଜ୍ଞ ଙ୍କ ଠାରୁ ସୁନାମୀ ଓ ବାତ୍ୟା ପଛରେ ଥିବା ବୈଜ୍ଞାନିକ ଓ ଭୌଗୋଳିକ କାରଣ ଉପରେ ଅନେକ ଆଲୋଚନା ପର୍ଯାୟ କ୍ରମେ କରିଥିଲେ। ଛାତ୍ରଛାତ୍ରୀ ମାନେ ବିଭିନ୍ନ ବୈଜ୍ଞାନିକ ଉପକରଣ ଦ୍ୱାରା ମୂର୍ତ୍ତିକା ର ଆଦ୍ରତା ମାପିବା ସହ, ସମୁଦ୍ର ଉପକୂଳ ରେ ସୁନାମୀ ର କାରଣ କୁ ଅନେକ ପରୀକ୍ଷା ମୂଳକ ଭାବେ ଅନୁଧ୍ୟାନ କରିଥିଲେ।ଅଷ୍ଟ୍ରେଲିଆ ରୁ ଆସିଥିବା ସିଙ୍ଗାପୁର ବିଶ୍ୱବିଦ୍ୟାଳୟ ର ପ୍ରଫେସର ଆଦାମ ଜୈବବିବିଧତା ଓ ମୃତିକା ସରଂକ୍ଷଣ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରଫେସର ଏନ. ଟି. ୟୁ ସିଙ୍ଗାପୁର ବିଶ୍ୱବିଦ୍ୟାଳୟ ଆଦାମ ଡି ସୁଇଜେନ, ଆଇଆଇ ଟି ପ୍ରଫେସର ଭୁବନେଶ୍ୱର ରାଜ. କେ. ସିଂ,ସୁନିତା ରଥ ପ୍ରମୁଖ ଯୋଗଦାନ କରି ବାତ୍ୟା ସଂପର୍କ ରେ ଅନୁଧ୍ୟାନ ଓ ଗବେଷଣା କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସବିଶେଷ ତଥ୍ୟ, କାରଣ ଅବଗତ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ