“ଘୁମୁସର ର ସ୍ବର” ପକ୍ଷରୁ ୧୧୭ ତମ ପୂର୍ଣ୍ଣିମା ଆସାର

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ଗବେଷଣା ପ୍ରତିଷ୍ଠାନ “ଘୁମୁସରର ସ୍ବର” ପକ୍ଷରୁ କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଝୋଲରୀ ଜୟ କିଶାନ ସେବାଶ୍ରମ ପରିସରରେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ନଭେମ୍ବର ୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାହିତ୍ୟିକ ତଥା ଅଧିବକ୍ତା ସୋମନାଥ ନାୟକ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ କବି ଚିନ୍ମୟ କୁମାର ବେବର୍ତ୍ତା ଏବଂ ସମ୍ମାନୀତ ଅତିଥି ଭାବେ ଡକ୍ଟର ବିମଳ ପଟ୍ଟନାୟକ, ନେତାଜୀ ବିଷୋୟୀ, ଡକ୍ଟର ବିଷ୍ଣୁପ୍ରିୟା ପଣ୍ଡା, ଡି.ପ୍ରଜ୍ଞାଶ୍ରୀ ଆଚାରୀ, କବି ଅନନ୍ତ କର, ଡକ୍ଟର ବ୍ରଜକିଶୋର ପାଢ଼ୀ, ଗୌରୀ ଶଙ୍କର ମିଶ୍ର ପ୍ରମୁଖ ଯୋଗଦେଇ ଓଡିଆ ଭାଷା ସାହିତ୍ୟ ସଧାରଣ ପାଠକ ସ୍ତରରେ ପହଞ୍ଚି ପାରିଲେ ଓଡିଆ ସାହିତ୍ୟର ବିକାଶ ଘଟିବା ସହିତ ଯୁବ ପାଠକଙ୍କ ଉପରେ ପ୍ରଭାବ ପଡି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଶିଷ୍ଟ ଲୋକକଳା କଳାକାର ତଥା ସାହିତ୍ୟିକ ଇଂ.ଲଡୁ କିଶୋର ପଢ଼ିଆରୀଙ୍କୁ “ଘୁମୁସର ର ସ୍ବର” ସମ୍ମାନରେ ସମ୍ବର୍ଦ୍ଧିତ କରା ଯାଇଥିଲା। କବି ଭାସ୍କର ରାଉତଙ୍କ ସଂଯୋଜନାରେ କବି ପୁର୍ଣ୍ଣ ଚନ୍ଦ୍ର ଭୋଳ,ଇ.ନିଳାଞ୍ଚଳ ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ସୂର୍ଯ୍ୟ ସାମନ୍ତରା, ପ୍ରଦିପ୍ତ ସାମନ୍ତରା , କାର୍ତିକେଶ୍ବର ପ୍ରଧାନ, କେ.ରାଘବ ପାତ୍ର, କାର୍ତ୍ତିକେଶ୍ବର ବିଷୋୟୀ , ବସନ୍ତ ବିଷୋୟି, ଲୋକନାଥ ମହାରଣା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।ସମାଜ ସେବୀ ଡି.ଗୋପାଳ ଆଚାରୀ ସହଯୋଗ କରିଥିବା ବେଳେ ଖଲି ପରିଡା ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ