ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ ଉତ୍ସବ

ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ ହୋଇ ଉଠିଛି । ଆଜିର ଦିନରେ ବୋଇତ ବନ୍ଦାଣର ପରମ୍ପରା ରହିଆସିଛି । ଓଡିଶାର ନୈା ବାଣିଜ୍ୟ ପରମ୍ପରାକୁ ମନେ ରଖିବା ପାଇଁ ପ୍ରତ୍ୟେକ ଓଡିଆ ଏହି ଦିନ ବୋଇତ ବନ୍ଦାଣ କରିଥାନ୍ତି । ଆ କା ମା ବୈ. ପାନଗୁଆ ଥୋଇ. ପାନ ଗୁଆ ତୋର.. ମାସକ ଧରମ ମୋର ଏଇ ଗୀତର ଗୁଞ୍ଜରଣ ସହ ବୋଇତ ବନ୍ଦାଇ ଧର୍ମ ଅର୍ଜନ କରିବା ପାଇଁ ଶୀତୁଆ ପାହାନ୍ତି ସକାଳରେ ଗଂଜାମ ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ଲୋକ ବିଭିନ୍ନ ନଦୀ, ନାଳ, ସମୁଦ୍ର ସମେତ ପୁଷ୍କକରଣୀରେ କଦଳୀ ପାଟୁଆ ଏବଂ ସୋଲ ରେ ନିର୍ମିତ ଡଙ୍ଗା (ବୋଇତ) କୁ ନିଜ ପରିବାର ଲୋକଙ୍କ ସହିତ ଆସି ଭସାଇଛନ୍ତି । ଏହିପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଓଡିଶାର ନୈା ବାଣିଜ୍ୟ ପରମ୍ପରା ଏବଂ ସାଧବ ପୁଅ ମାନଙ୍କର ବୋଇତ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ ଛତ୍ରପୁର ଅଂଚଳରେ ବସବାସ କରୁଥିବା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ସୋଲରେ ଏକ ବୃହତ ବୋଇତ ନିର୍ମାଣ କରି ବୋଇତକୁ ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲରେ ସଜାଇ ଚଣ୍ଡିଛକରେ ଥିବା ଛତ୍ରପୁରର ଆରାଧ୍ୟ ଦେବୀ ଶ୍ରୀ ଶ୍ରୀ ମା ରାମାୟଣୀମ୍ମା ଠାକୁରାଣୀ ନିକଟରେ ପୂଜାର୍ଚ୍ଚନା କରିବା ସହ ତୈଳ୍ୟ ବୈଶ୍ୟ ସମାଜର ପୁରୁଷ /ମହିଳା, ଯୁବକ ,ଯୁବତୀ ମାନେ ସାମିଲ ହୋଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରରେ ସହର ପରିକ୍ରମା କରି ପୁରୁଣାଲାଇନ ସ୍ଥିତ ଶ୍ରୀ ଶ୍ରୀ ଗୈାରୀ ଶଙ୍କର ମନ୍ଦିର ନିକଟରେ ପହଞ୍ଚିଥିଲେ । ଏହାପରେ ସମାଜର ମହିଳା ମାନେ ହୁଳହୁଳି ଦେଇ ଫୁଲ ଚନ୍ଦନ ସହ ବୋଇତ କୁ ବନ୍ଦାପନା କରିଥିଲେ । ସମାଜର ସମସ୍ତ ସଦସ୍ୟ /ସଦସ୍ୟା ମାନେ ସୋଲରେ ନିର୍ମିତ ବୋଇତ କୁ ଲାଇନବନ୍ଧରେ ଭସାଯାଇଥିଲା । ଏହି ଉତ୍ସବରେ ତୈଳିକ ବୈଶ୍ୟ ସମାଜର ସଭାପତି ରମେଶ ଚନ୍ଦ୍ର ସାହୁ, ଉପସଭାପତି ଅଶୋକ କୁମାର ସାହୁ, ସଂପାଦକ ସୁଧୀର କୁମାର ସାହୁ, ସହ-ସଂପାଦକ ସଦାନନ୍ଦ ସାହୁ,କୋଷାଧ୍ୟକ୍ଷ ବାବୁଲୀ ସାହୁ, ପୂର୍ବତନ ସଭାପତି ମାଧବ ଚନ୍ଦ୍ର ସାହୁ,ପ୍ରମୋଦ କୁମାର ସାହୁ ସମେତ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ମାନେ ପରିଚାଳନାରେ ସହ ଯୋଗ କରିଥିଲେ । ସୂଚନା ଯୋଗ୍ୟ ବହୁ ବର୍ଷ ହେଲା ଛତ୍ରପୁର ସହରରେ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନିଆରା ଢଙ୍ଗରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଆସୁଥିବା ଗତ୨ବର୍ଷ କରୋନା ଯୋଗୁଁ ଏହା ବନ୍ଦ ରହିଥିଲା । ପରିସ୍ଥିତି ସ୍ୱାଭାବିକ ହୋଇଥିବାରୁ ଚଳିତ ବର୍ଷ ବଡ଼ ଧୁମଧାମରେ ଏହି ଉତ୍ସବ ପାଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ