ବୋଇତ ବନ୍ଦାଣ ଉତ୍ସବର ୫୪ତମ ସ୍ୱନକ୍ଷତ୍ର ଦିବସ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ବୋଇତ ବନ୍ଦାଣ ସମିତି, କେନ୍ଦ୍ରାପଡା ଆନୁକୂଲ୍ୟରେ ଟାଉନ ହଲ ପରିସରରେ ୫୪ତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆମର ପୂର୍ବସୂରୀମାନେ ଜାଭା, ସୁମାତ୍ରା, ବାଲି ଓ ଇଣ୍ଡୋନେସିଆ ପ୍ରଭୃତି ସ୍ଥାନକୁ ନୈାବାଣିଜ୍ୟ କରିବାକୁ ଯାଇ ଆମ ରାଜ୍ୟକୁ ସମୃଦ୍ଧ କରିଥିଲେ । ସେହି ପରମ୍ପରାକୁ ଉଦଜୀବିତ କରିବା ଉଦେଶ୍ୟରେ ଏହି ଉତ୍ସବ ଉତ୍ତରପିଢୀଙ୍କୁ ଆମର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହିତ ପରିଚିତ କରାଇବା ଏହାର ଲକ୍ଷ୍ୟ । ସମ୍ମାନୀତ ଅତିଥି ଭାବେ ଭାରତୀୟ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସ ଯୋଗଦେଇ କେନ୍ଦ୍ରାପଡା ଉନ୍ନତ ସଂସ୍କୃତିକୁ ବିଶ୍ୱାସକୁ କରେ । ଧନସମ୍ପତ୍ତି ନୁହେଁ ଶିକ୍ଷା ଏବଂ ଜ୍ଞାନଦାନ କରିବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ନଗରପାଳ ତଥା ଚଳିତବର୍ଷର ତଅପୋଇ ସରିତା ସାହୁ, କପାଳେଶ୍ୱର ସରପଞ୍ଚ କଳ୍ପନା ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନିରାକାର ଦାସଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ବଳଦେବଶ୍ରୀ ସମ୍ମାନ, ଡା. ରଶ୍ମୀକାନ୍ତ ପାତ୍ରଙ୍କୁ ଡାକ୍ତର ଅଲେଖ ଦାସ ସ୍ମୃତି ସମ୍ମାନ, ନୃତ୍ୟଶିଳ୍ପୀ ନିର୍ଝରିଣୀ ଦାସଙ୍କୁ ଶରତ ପ୍ରସାଦ ସିଂ ସ୍ମୃତି ସମ୍ମାନ, ଆଇନଜୀବୀ ଶାନ୍ତିସୁରୂପ ଭୂୟାଁଙ୍କୁ ଭାଗବତ ପ୍ରସାଦ ମହାନ୍ତି ସ୍ମୃତି ସମ୍ମାନ, ସୁଶ୍ରୀ ଲିଲିତା ଦାସଙ୍କୁ ବେଦ ପ୍ରକାଶ ଅଗ୍ରୱାଲ ସ୍ମୃତି ସମ୍ମାନ, କୁନି ଚଳଚିତ୍ର ଅଭିନେତା ତେଜ ତନ୍ମୟଙ୍କୁ ମୀନକେତନ ଦାସ ସ୍ମୃତି ସମ୍ମାନ ଓ ସୁଶ୍ରୀ ତୃପ୍ତି ବେହେରାଙ୍କୁ ଦୋଳଗୋବିନ୍ଦ ଜେନା ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇ ମାନପତ୍ର, ପୁଷ୍ପଗୁଛ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏଥିସହିତ ନୃତ୍ୟ ସଂଗୀତର ବିଚାରପତି ଭାବେ ଯୋଗଦେଇଥିବା ଜୟଶ୍ରୀ ଦାସ, ଲିପସା ଦାସ ଓ ନିରୋଜବାଳା ଦାସଙ୍କୁ ମହେଶ କର ସ୍ମୃତି ସମ୍ମାନରେ ସମ୍ମାନୀତ କରାଯିବା ସହ ନୃତ୍ୟ, ସଂଗୀତ, ଚିତ୍ରକଳା, ବକ୍ତୃତା, ମୁରୁଜ, ମେହେନ୍ଦି ଓ ତର୍କ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନର ଦିବଗଂତ ବ୍ୟକ୍ତିମାନଙ୍କ ସ୍ମୃତିଫଲକ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରା ଉତ୍ସବର ଉଦେଶ୍ୟ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ପ୍ରଫୁଲ୍ଲ ଦାସ, ସୁଶିଲ ସାମଲ, ଚିତ୍ତରଞ୍ଜନ ଦାସ ଓ ସୁବାସ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଗୋଲେଖ ପଢିଆରୀ ସ୍ୱାଗତ ଭାଷଣ, ସମ୍ପାଦକ ସଞ୍ଜୟ ରାଉତ ବିବରଣୀ ପାଠ କରିଥିବା ବେଳେ ମୁକ୍ତାର ଖାଁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତ୍ୟୁଷରେ ଜଜାଙ୍ଗସ୍ଥିତ ଆଦର୍ଶ ଜେନା ପୁଷ୍କରିଣୀରେ ଅନୁଷ୍ଠିତ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ କଳ୍ପନା ମହାନ୍ତି ଯୋଗଦେଇ ଉଦଘାଟନ କରିଥିବା ବେଳେ ଅତିଥି ଭାବରେ ଅଧ୍ୟାପକ ସମାଜସେବୀ ଅଜୟ କୁମାର ରାଉତ ଯୋଗଦେଇଥିଲେ । ଏହି ଉତ୍ସବକୁ ଲୋହିିତ କୁମାର ମହାନ୍ତି, ସରୋଜ କୁମାର ସାହୁ, ସୈାମ୍ୟରଞ୍ଜନ ପଟ୍ଟନାୟକ, ବିନିରାଣୀ ଖଟୁଆ, ଅମ୍ରିନ ସାହାଦତ, ରାଜେନ୍ଦ୍ର ମହାପାତ୍ର, କୃପାସିନ୍ଧୁ ମଲିକ, ଦିନେଶ ବେହେରା, ସରୋଜ କୁମାର ଦାସ, ହିମାଂଶୁ ଦାସ, ଅଶୋକ କୁମାର ସାହୁ, ପ୍ରତାପ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଉତ୍ସବକୁ ଉପଭୋଗ କରିଥିଲେ । ସମିତିର ସଦସ୍ୟ ବଳରାମ ଦାସ, ବୈଷ୍ଣବ ଚରଣ ପ୍ରଧାନ, ରବିନାରାୟଣ ମହାନ୍ତି, କମଳାକାନ୍ତ ବେହେରା, ଉମାଶଙ୍କର ଜେନା, ମହମ୍ମ ଆକବର ଅଲ୍ଲୀ, ପ୍ରଭାତି ଧଳ, ଶରତ ଚନ୍ଦ୍ର ଧଳ, ଲକ୍ଷ୍ମୀକାନ୍ତ ନାୟକ, ଅବନ୍ତୀ ବେହେରା, ରବୀନ୍ଦ୍ର ନାଥ ରଥ, ସୟଦ ଅବଦୁଲ ସତ୍ତାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଲେ । ଚଳିତ ବର୍ଷ ୭ଜଣ ଯୁବକଙ୍କୁ ସମିତିର ନୂତନ ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ