ରାଷ୍ଟ୍ରପତି ନିଜେ ପଢୁଥିବା ସ୍କୁଲ୍ ପରିଦର୍ଶନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ୧୦ ଓ ୧୧ ତାରିଖ ଦୁଇଦିନିଆ ଓଡ଼ିଶାଗ୍ରସ୍ତରେ ଆସୁଛନ୍ତି । ଏହି ଗ୍ରସ୍ତ ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପଢୁଥିବା ୟୁନିଟ୍‌-୨ ବାଳିକା ବିଦ୍ୟାଳୟ ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି । ଏଥିସହିତ ସେ ଛାତ୍ରୀ ସମୟରେ ରହୁଥିବା ସ୍କୁଲ୍‌ର କୁନ୍ତଳା କୁମାରୀ ସାବତ ହଷ୍ଟେଲକୁ ଯାଇ ଅନ୍ତେବାସୀମାନଙ୍କ ସହିତ ଆଲୋଚନା କରିବେ । ଏହାପରେ ଶ୍ରୀମତୀ ମୁର୍ମୁ ଖଣ୍ଡଗିରୀସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ମଧ୍ୟ ଯିବେ । ରାଷ୍ଟ୍ରପତି ନିଜେ ପଢୁଥିବା ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ତଥା ତପୋବନ ବିଦ୍ୟାଳୟ ପରିସରରେ ତାଙ୍କ ପରିଦର୍ଶନର ସ୍ମୃତିର ସ୍ମାରକୀ ସ୍ୱରୂପ ଚାରା ରୋପଣ କରିବା ପାଇଁ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ସଭାପତି ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି । ଡଃ ଶ୍ରୀଚନ୍ଦନ ଦିଲ୍ଲୀ ରାଷ୍ଟ୍ରପତି ଭବନକୁ ଏହି ଅନୁରୋଧ ପତ୍ର ପଠାଇ କହିଛନ୍ତି ଯେ, ବୃକ୍ଷରୋପଣ ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ, ଉତ୍ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଆଦିରୁ ରକ୍ଷା ପାଇବା ପାଇଁ ଏକ ଶ୍ରେଷ୍ଠ ମାଧ୍ୟମ । ତେଣୁ ରାଷ୍ଟ୍ରପତି ମହୋଦୟା ନିଜେ ଚାରା ରୋପଣ କରି ଏପରି ଏକ ଆଦର୍ଶ ପରମ୍ପରା ସୃଷ୍ଟି କଲେ ଏହା ଅନ୍ୟମାନଙ୍କ ପାଇଁ ତାହା ଅନୁକରଣୀୟ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ