ବିଜ୍ଞାନ ବିକାଶ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବିକାଶ ସଂଗଠନ ପକ୍ଷରୁ ମଙ୍ଗଳବାର ଚନ୍ଦ୍ରଗ୍ରହଣ ଅବସରରେ କାଶୀନଗର ଠାରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଶାନ୍ତ ମିଶ୍ର ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆର. ଲୋକନାଧମ ଟି. କ୍ରୀଷ୍ଣା ଚକ୍ରଧର ନାୟକ ଜୁନେଶ ମେଡ୍ଡୀ ସୁରେଶ ଶବର ତାଉଡୁ ଗମାଙ୍ଗ ପ୍ରମୁଖ ଭାଗ ନେଇଥିଲେ. ଆୟୋଜିତ ପଥପ୍ରାନ୍ତ ସମାବେଶ ଚନ୍ଦ୍ର ଗ୍ରହଣ ଓ ସୁଯ୍ୟପରଗ ଛାଇ ଆଲୁଅ ର ଖେଳ ଓ ଶୁଭ ଅଶୁଭ ମଣିଷର ପଚନ କ୍ରିୟା ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଲୋକଙ୍କୁ ଅବଗତ କରାଯାଇଥିଲା l ଫୋରେଷ୍ଟ ଯଂକ୍ସନ ଅଣ୍ଡା ବି ଲୋକଙ୍କୁ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ନେତୃତ୍ୱ ନେଇଥିବା ମିଶ୍ର କଇଥିଲେ ଯେ ଭାରତୀୟ ସମ୍ବିଧାନ ଅନୁସାରେ ନିଜ ଭିତରେ ବୈଜ୍ଞାନିକ ମନୋଭାବ ର ବିକାଶ ଘଟାଇବା ଓ ଏହି ସମ୍ପର୍କ ରେ ଜନ ସଚେତନତା ସୁଷ୍ଟି ଓ ପ୍ରତେକ ସଚେତନ ନାଗରିକ ର ମୌଳିକ କର୍ତ୍ତବ୍ୟ ବିଜ୍ଞାନ ବିକାଶ ସଂଗଠନ ସେ ମୌଳିକ କର୍ତବ୍ୟ ହିଁ ପାଳନ କରିଛି l ଧର୍ମର ପ୍ରଚାର ପାଇଁ କୌଣସି ପ୍ରତିବନ୍ଧକ ନଥିବା ବେଳେ ହେତୁବାଦର ପ୍ରଚାର ପଥରେ ପ୍ରତିବନ୍ଧକ ସୁଷ୍ଟି କରାଯିବା ଉଚିତ ନୁହେଁ ବୋଲି ବି ସେ ମତ ରଖିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ