ୟଙ୍ଗ ଇଣ୍ଡିଆ ଓ ରେଡିଓ ନମସ୍କାର ପକ୍ଷରୁ ମା” ଜାଗେଶ୍ଵରୀଙ୍କ ପୀଠରେ ମାଣ୍ଡିଆ ଦିବସ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆଜି ଦିବା ୩ଘଟିକା ସମୟରେ “ୟଙ୍ଗ ଇଣ୍ଡିଆ ଓ ଓଡ଼ିଶାର ଏକ ମାତ୍ର ଗୋଷ୍ଠି ବେତାର କେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ କୁରୁଜଙ୍ଗ ଗ୍ରାମର ମା” ଜାଗେଶ୍ଵରୀ ଙ୍କ ପୀଠରେ ପ୍ରଥମ କରି ପାଳନ କରାଯାଇଛି ମାଣ୍ଡିଆ ଦିବସ ।ଏହି କାର୍ଯ୍ୟକ୍ରମ ରେ କୁରୁଜଙ୍ଗ ପଞ୍ଚାୟତର ଶତାଧିକ ମହିଳା ଯୋଗ ଦେଇଥିବା ବେଳେ, ଅତିଥି ଭାବେ କୋଣାର୍କ ଏନଏସି ଅଧକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ,କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ର ଆୟୁସୁ ଡ଼ଃ ବିଦୁଭୂଷଣ ନାୟକ , ରେଡିଓ ନମସ୍କାର ର କାର୍ଯ୍ୟନିବାହୀ ଅଧିକାରୀ ରୋଜାଲିନ୍ ପ୍ରଧାନ ପ୍ରମୁଖ ଯୋଗଦେଇ ମାଣ୍ଡିଆର ମହତ୍ତ୍ୱ ସମ୍ପର୍କରେ ଏବଂ ସାରାରାଜ୍ୟ ରେ ମାଣ୍ଡିଆ ଦିବସ ପାଳନ କରାଯିବ ସମ୍ପର୍କରେ ଆଲୋକ ପାତ କରିଥିଲେ । ମାଣ୍ଡିଆରେ କ୍ୟାଲସିୟମ,ପୁଷ୍ଟିସାର ,ଜୀବ ସାର ,ପୋଷାକ ତତ୍ତ୍ୱ ଭରିରହିଥାଏ ଏବଂ ଗୋଟିଏ ଗ୍ଲାସ ମାଣ୍ଡିଆ, ତିନି ଗ୍ଲାସ କ୍ଷୀର ସହିତ ସମାନ ବୋଲି ଡ଼ଃ ବିଦୁଭୂଷଣ ନାୟକ ମହିଳା ମାନଙ୍କୁ ବୁଝାଇଥିଲେ । ମାଣ୍ଡିଆ ଦେହପାଇଁ ଓ ମଧୁମେୟ ରୋଗୀଙ୍କ ପାଇଁ ନିତାନ୍ତ ଜରୁରୀ ବୋଲି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ ସମସ୍ତ ମା ମାନଙ୍କୁ ବୁଝାଇଥିଲେ ଏବଂ ସମସ୍ତେ ଖାଦ୍ୟରେ ମାଣ୍ଡିଆ କୁ ସାମିଲି କରିବା ପାଇଁ ପରାମର୍ଶ ଦେଇଥିଲେ।ଶେଷରେ ମହିଳା ମାନେ ଆଣିଥିବା ମାଣ୍ଡିଆରେ ପ୍ରସ୍ତୁତ ଚକୁଳି ପିଠା, ମଣ୍ଡା ପିଠା,ପୋଡ଼ ପିଠା ,ଖିରୀ ,ଯାଉ ଭଳି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରଦର୍ଶନ କରି ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ରେଡିଓ ନମସ୍କାର ର ସଂଯୋଜିକା ଏସ୍ କାଜଲ ,ଅନୁପ ସାହୁ ,ସୁହାସିନୀ ମହାପାତ୍ର ,କବିତା ମଞ୍ଜରୀ ବାରିକ ,ଗୌରୀ ସ୍ୱାଇଁ ,ଝରଣା ପରିଡା ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ