କରିଲୋପାଟଣା କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଅଧ୍ୟାପିକାଙ୍କୁ ନିର୍ଯ୍ୟାତନା ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣା ମହାବିଦ୍ୟାଳୟର ଅଧ୍ୟକ୍ଷ ସେହି ମହାବିଦ୍ୟାଳୟର ଜନୈକ ଅଧ୍ୟାପିକାଙ୍କୁ ନିର୍ଯ୍ୟାତନା ଦେଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ସେହି କଲେଜର ଇତିହାସ ବିଭାଗ ଅଧ୍ୟାପିକା ଶିଖା ସାହୁ ଜିଲ୍ଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ ଦୀର୍ଘ ୧୦ବର୍ଷ ଧରି ସେହି କଲେଜରେ ଅଧ୍ୟାପନା କରି ଆସୁଥିବା ଇତିହାସ ବିଭାଗ ଅଧ୍ୟାପିକା ଶ୍ରୀମତୀ ସାହୁ ତାଙ୍କର ମେଡିକାଲ ଛୁଟି ବାବଦ ବକେୟା ଥିବା ଦରମା ପ୍ରଦାନ କରାଯିବା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଗତ ମାର୍ଚ୍ଚମାସ ୧୦ତାରିଖରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଶ୍ରୀମତୀ ସାହୁଙ୍କ ବକେୟା ଦରମା ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ ସେହି ବକେୟା ଦରମା ଅଦ୍ୟାବଧି ପ୍ରଦାନ କରାଯାଇ ନଥିବାରୁ ଅଧ୍ୟାପିକା ଶ୍ରୀମତୀ ସାହୁ ସେ ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରେ ଅଧ୍ୟକ୍ଷ ଅନ୍ୟ ଅଧ୍ୟାପକଙ୍କ ଉପସ୍ଥିତିରେ ଆଶାଳୀନ ବ୍ୟବହାର କରିବା, ଗାଳି ଗୁଲଜ କରିବା ଓ ମାନସିକ ନିର୍ଯ୍ୟାତନା ଦେବା ସହ କଲେଜ ନଆସିବାକୁ ଧମକ ଦେଇଥିବା ଅଧ୍ୟାପିକା ସାହୁ ଅଭିଯୋଗ କରିଛନ୍ତି । ଏତଦବ୍ୟତିତ ତାଙ୍କ ଚାକିରୀ ନେଇଯିବାକୁ ମଧ୍ୟ ଅଧ୍ୟକ୍ଷ ଧମକ ଦେଇଥିବା ନେଇ ଅଧ୍ୟାପିକା ସାହୁ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଅଧ୍ୟାପିକା ସାହୁ ମାନସିକ ଭାରସାମ୍ୟ ହରାଇ ବସିଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ କଲେଜ ଅଧ୍ୟକ୍ଷ ଗାଳିଗୁଲଜ କରିବା ସହ ତାଙ୍କ ଚରିତ୍ର ନେଇ ଆକ୍ଷେପ କରିଥିବା ଅଧ୍ୟାପିକା ସାହୁ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ପୂର୍ବରୁ ଅଧ୍ୟାପିକା ସାହୁ ମାର୍ଚ୍ଚମାସ ୯ତାରିଖରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗତ ମାର୍ଚ୍ଚ ୧୪ତାରିଖରେ ଅଧ୍ୟକ୍ଷ ଏଭଳି ବ୍ୟବହାର ପୁନର୍ବାର ନକରିବା ଏବଂ ଅଧ୍ୟାପିକା ସାହୁଙ୍କ ବକେୟା ଦରମା ପ୍ରଦାନ କରିବାକୁ ଥାନାରେ ଏକ ଲିଖିତ ପତ୍ର ପ୍ରଦାନ କରିଥିଲେ ମଧ୍ୟ ପୁନର୍ବାର ସେ ଅଧ୍ୟାପିକା ସାହୁଙ୍କୁ ଆଶାଳୀନ ବ୍ୟବହାର କରିବା, ଗାଳି ଗୁଲଜ କରିବା ଓ ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଛନ୍ତି । ତେଣୁ ତାଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ଅଧ୍ୟାପିକା ସାହୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ