ତିନି ମାସ ପୁରିନି କେନାଲବନ୍ଧ ରେ ନିର୍ମିତ ଢଳେଇ ଫାଟି ଆଁ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ଜଳସେଚନ ଡିଭିଜନ, କାକଟପୁର ସବ ଡିଭିଜନ ଅନ୍ତର୍ଗତ ପାଣିଛତ୍ର ସେକସନ୍,ବାହାରଣା ସେକ୍ସନ ଓ ଓଟର ସେକ୍ସନ ର ସଂଯୋଗ ସ୍ଥଳ ଠାରେ କୁଣ୍ଢେଇ କେନାଲ ବନ୍ଧର ଶେଷ ସୀମାରେ ପ୍ରାୟ ତିନି ଲକ୍ଷ ଟଙ୍କାରେ ତିନି ମାସ ତଳେ ଢଳେଇ କାର୍ଯ୍ୟ କରା ଯାଇ ଥିଲା। ମାତ୍ର କାର୍ଯ୍ୟ ଏତେ ନିମ୍ନ ମାନର ହୋଇଥିଲା ଯେ ,କାର୍ଯ୍ୟ ସରିବାର ତିନି ମାସ ପୁରିନି କିନ୍ତୁ ଢ଼ଳେଇ ସବୁ ଫାଟି ଆଁ ହେଲାଣି ।କାହା ନିର୍ଦେଶ ରେ ଏପରି ନିମ୍ନ ମାନର କାର୍ଯ୍ୟ ହୋଇ ସରକାରୀ ଅର୍ଥ ହରିଲୁଟ କରାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜୈନିକ ଶାସକ ଦଳର କର୍ମି ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ହାତ ମୁଠା ରେ ରଖି ଜଳସେସେଚନ ବିଭାଗ ର ସମସ୍ତ କେନାଲ ବନ୍ଧ କାର୍ଯ୍ୟ କରି ଆସୁଥିବା ଅଭିଯୋଗ ହେଉଛି ।ସେଠାରେ ଥିବା ବ୍ରିଜ ଟି ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲେ ମଧ୍ୟ ଏହାକୁ ମରାମତି କରାଯାଉନାହିଁ।ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । କେନାଲ ବନ୍ଧ ରେ ହୋଇଥିବା ଢଳେଇ କାର୍ଯ୍ୟ ର ଭିଜିଲାନ୍ସ ତଦନ୍ତ କରିବାକୁ ଗ୍ରାମ ବାସୀ ଙ୍କ ସହିତ ଯୁବ ସାମାଜିକ କର୍ମୀ ଅଞ୍ଜ ସ୍ଵାଇଁ ଓ କେଶବ ରାଉତ ଦାବି କରିଛନ୍ତି।ଖୁବ ଶୀଘ୍ର ଏହାର ତଦନ୍ତ କରାନଗଲେ ଲୋକାୟୁକ୍ତ ଙ୍କ ଦ୍ବାରସ୍ଥ ହେବୁ ବୋଲି ସାମାଜିକ କର୍ମୀ ବିଜୟ ବେହେରା ପ୍ରକାଶ କରିଛନ୍ତି।