ଆନନ୍ଦଜୀବନ ଡିଏଭି ସ୍କୁଲରେ ‘କାଙ୍ଗେନ ଜଳଉତ୍ସ’ ଉଦ୍ଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଛେନାପଦି-ସୁଲଣ ରାସ୍ତାରେ ଥିବା ଆନନ୍ଦ ଜୀବନ ଡିଏଭି ପବ୍ଲିକ ସ୍କୁଲରେ କାଙ୍ଗେନ ଜଳଉତ୍ସ ଉଦଘାଟିତ ହୋଇଯାଇଛି । ସ୍କୁଲର ପ୍ରତିଷ୍ଠାତା ଳକ୍ଷ୍ମୀଧର ଜେନାଙ୍କ ମା ଜାହାଜୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିତô ଭାବେ ଏବିଇଓ ଧନେଶ୍ୱର ଖଣ୍ଡେଇ, ଫିଟ ଓଡିଶା ମିଶନର ସଂସ୍ଥାପକ ରଶ୍ମୀରଞ୍ଜନ ପ୍ରଧାନ, ପ୍ରତୁ୍ୟଶ ରଞ୍ଜନ ମହାକୁଡ, ପ୍ରମୋଦ କୁମାର ସେଠୀ ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିତôଲେ । ଏହି ଜଳ ନିୟମିତ ବ୍ୟବହାର କରିବା ଦ୍ୱାରା ବହୁମୁତ୍ର, କିଡିନି, ହୃଦରୋଗ ଓ କ୍ୟନେସର ଭଳି ଦୁରାରୋଗରୁ ସୁସ୍ଥ ହୋଇପାରିବେ ବୋଲି ପ୍ରତିଷ୍ଠାତା ଲକ୍ଷ୍ମୀଧର ଜେନା ସୁଚନା ଦେଇଥିଲେ । ଏହାକୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକମାନଙ୍କ ପାଇଁ ଦୁଇଘଣ୍ଟା ଖୋଲା ରହିବ ଓ ସମସ୍ତେ ଏହାର ପାଣିନେଇ ବ୍ୟବହାର କରିପାରିବେ ବୋଲି ସେ ମତ ରଖିଥିଲେ । ପାଣି ବଦଳାଆ ଜୀବନ ବଦଳିବ ବାର୍ତ୍ତା ନେଇ ନୀରୋଗ ଜୀବନ ପାଇଁ ଏହା ଏକ ଅମୋଘ ଅସ୍ତ୍ର ବୋଲି ଶ୍ରୀ ଜେନା କହିଥିଲେ । ଡିଏଭି ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷକ ରଞ୍ଜିତ ଜେନା, ଶିକ୍ଷକ ଶରତ ଚନ୍ଦ୍ର ଜେନା, ହରପ୍ରୀୟା ବିଶ୍ୱାଳ, ମନ୍ଦାକିନୀ ପାଢ଼ୀ, ବାସନ୍ତୀ ସାହୁ, ଅର୍ପିତା ସ୍ୱାଇଁ, ମନୋଜ ଜେନା, ମୃତୁ୍ୟଞ୍ଜୟ ଅଧିକାରୀ, କଳ୍ପନା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ