ଶ୍ରୀ ପଲି କ୍ଲିନିକ ପକ୍ଷରୁ ବିଶ୍ୱ ମଧୁମେହ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରର ଶ୍ରୀ ପଲି କ୍ଲିନିକ୍ ପକ୍ଷରୁ ବାଲେଶ୍ୱରରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସାଧାରଣରେ ସଚେତନତା ସୃଷ୍ଟି ପାଇଁ ସକାଳେ ଏକ ଗଣ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ସହରର କଲେଜ ରୋଡ ସ୍ଥିତ କ୍ଲିନିକ ନିକଟରରୁ ଏହି ଶୋଭାଯାତ୍ରା ଶୁଭାରମ୍ଭ ହୋଇଥିଲା । କ୍ଲିନିକ୍‌ର ମୁଖ୍ୟ ତଥା ଭେଷଜ ଓ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଅମୂଲ୍ୟ କୁମାର ଦାସ ପତାକା ଦେଖାଇ ଏହି ପଦଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ସାମ୍ପ୍ରତିକ ସମାଜ ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ମଧୁମେହ ରୋଗର ଭୟାବହତା ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପଦଯାତ୍ରା ସିନେମାଛକରୁ ବାହାରି କଲେଜ ଛକ, ଆଜିମାବାଦ, ପୋଲିସ ଲାଇନ ଛକ, ଷ୍ଟେସନଛକ, ଫାଣ୍ଡିଛକ, ବିବେକାନନ୍ଦ ରୋଡ଼, ପାଣିଟାଙ୍କି ଛକ ଦେଇ ଟାଉନହଲ ଠାରେ ଶେଷ ହୋଇଥିଲା । ସେଠାରେ ଆୟୋଜିତ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ମଧୁମେହ ରୋଗ ପରୀକ୍ଷା ସହ ସ୍ୱାସ୍ଥ୍ୟ ସଚେତନତା କରାଯାଇଥିଲା । ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବାଲେଶ୍ୱର ଶାଖାର ସଦସ୍ୟ ସଦସ୍ୟାମାନେ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଗୋପାଲ କୃଷ୍ଣ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସଂଜୀବ କୁମାର ନନ୍ଦୀ, ସଂଜୀବ କୁମାର ବେହେରା, ପ୍ରଶାନ୍ତ କୁମାର ବୁଗୁଡ଼ାଇ, ଚିନ୍ମୟ କୁମାର ଦାସ, ପ୍ରକାଶ ମିଶ୍ର, ଚିତ୍ତରଂଜନ କର, ଶୁଭଙ୍କର ପାଲ, ବିଶ୍ୱଜିତ ଦାସ, ସତୀଶ କୁମାର ଜେନା, ମଳୟ ଭୂୟାଁ, ରାଜୀବ କୁମାର ପାଢ଼ୀ, ବିଶ୍ୱନାଥ ଶତପଥୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିକ୍ରମ ପାଇକରାୟ, ସତ୍ୟବ୍ରତ ବେହେରା, ଅଭିତିଜ ସାହୁ, ଅଞ୍ଜନ କୁମାର ଜେନା, ପ୍ରଭାତ ସ୍ୱାଇଁ, ସନ୍ତୋଷ କୁମାର ପାଣିଗ୍ରାହୀ, ମଳୟ ରଞ୍ଜନ ଭୂୟାଁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ