ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନଭେମ୍ବର ୧୫ ତାରିଖ ଦିନ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ହବସ, ଲକ ଓ ରୁଷୋ : ଏକ ତୁଳନାତ୍ମକ ବିଶ୍ଳେଷଣ ବିଷୟକୁ ଆଧାର କାରି ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପିପୁଲସ କଲେଜ ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ପରିଚାଳନା କମିଟି ସଭାପତି ରଜନୀକାନ୍ତ ଭଟ୍ଟ, ମୁଖ୍ୟ ବକ୍ତାଭାବେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବେହେରା, ଏବଂ ସମ୍ମାନିତ ଅତିଥିଭାବେ ପିପୁଲସ କଲେଜ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ଦାଶ, ଓ ବୁଗୁଡା ଶ୍ରୀ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ଅନିଲ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ବିନୋଦ କୁମାର କର ଆଲୋଚନାଚକ୍ର ବିଷୟ ବସ୍ତୁ ଉପରେ ସୂଚନା ପ୍ରଦାନ କରିଥିଲେ। ଯୁକ୍ତ ତିନି ତୃତୀୟ ବର୍ଷ ଛାତ୍ରୀ ନନ୍ଦିନୀ ବିଶ୍ବାଳ ପାଠଚକ୍ରର ସନ୍ଦର୍ଭ ପଠନ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ବେହେରା ଓ ଅତିଥି ବୃନ୍ଦ ପାଠଚକ୍ରର ବିଷୟବସ୍ତୁ ପ୍ରାଞ୍ଜଳଭାବେ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ବୁଝାଇ ଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ