ଗଜପତି ମହୋତ୍ସବ -୨୦୨୨ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସ୍ତରୀୟ ଗଜପତି ମହୋତ୍ସବ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଅଛି । ଗଜପତି ଜିଲ୍ଲାର ଲୋକ କଳା ସାଂସ୍କୃତିକ ଉତ୍ସବକୁ ସୁରୁଖୁରୁରେ ତୁଲାଇବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧକ୍ଷତାରେ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସଭାଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତ୍ରୀପତୀ ରାଓ , ମୋହନା ବିଧାୟକ ଶ୍ରୀ ଦାଶରଥୀ ଗମାଙ୍ଗ, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଏସଡିସି ଚ୍ୟାରମେନ୍ ମରୀୟମ ରଇତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ଶ୍ରୀ ପ୍ରଦୀପ କୁମାର ନାୟକ, ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ ମଞ୍ଚସିନ ରହିଥିଲେ । ଗଜପତି ମହୋତ୍ସବ ୨୦୨୨ର ପବିତ୍ର ମହେନ୍ଦ୍ରଗିରି ପର୍ବତ ଗିରିଶୃଙ୍ଗଠାରୁ ଗଜପତି ମହୋତ୍ସବ ଶୁଭାରମ୍ଭ ହେବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଆସନ୍ତା ଜାନୁଆରୀ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଏହି ପ୍ରସ୍ତୁତି ବୈଠକରେ ଉତ୍ସବର ତାରିଖ ଓ ବିଭିନ୍ନ କମିଟି ଗଠନ କରାଗଲା। ଚଳିତ ବର୍ଷ ଗଜପତି ଉତ୍ସବ ପାଳିତ ହେଉଥିବା ଯୋଗୁଁ ଏହାକୁ ସ୍ବତନ୍ତ୍ର ଭାବରେ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମହୋତ୍ସବରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଦିବାସୀଙ୍କ କଳା ଓ ସଂସ୍କୃତି ପ୍ରଦର୍ଶନ ହେବା ସହ ରାଜ୍ୟର ବିଭିନ୍ନ ଆଦିବାସୀ ନୃତ୍ୟ ଓ ସଙ୍ଗୀତକୁ ମଧ୍ୟ ସ୍ଥାନ ଦିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । କୋରୋନା ପାଇଁ ଗତ ୨ବର୍ଷ ହେବ ଏହି ଗଜପତି ମହୋତ୍ସବ ବନ୍ଦ ରହିଥିଲା।ଚଳିତ ବର୍ଷର ଗଜପତି ଉତ୍ସବର ସ୍ମରଣିକାରେ ମଧ୍ୟ ଜିଲ୍ଲାର ବିଭିନ୍ନ ଆଦିବାସୀ ସଂସ୍କୃତି ଉପରେ ପର୍ଯ୍ୟବେଶିତ ଲେଖା ସ୍ଥାନ ପାଇବ । ଜିଲ୍ଲାର କ୍ରୀଡାକୁ ଅଧିକ ଗୁରୁତ୍ବ ଦିଆଯିବା ଗ୍ରାମ ପଞ୍ଚାୟତ ସ୍ତରୀୟଠାରୁ ଜିଲ୍ଲା ସ୍ତରୀୟ ପର୍ଯ୍ୟନ୍ତ, ହକି, ଫୁଟବଲ୍, ଭଲିବଲ୍, ଖୋ ଖୋ ଖେଳ ଆୟୋଜନ ହେବ ଏବଂ କଳା ସଂସ୍କୃତି, ଚିତ୍ରକଳା, ଭଳି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପାରଳାଖେମୁଣ୍ଡି ସହରର ଗଜପତି ଷ୍ଟାଡିୟମ୍ ଠାରେ ଏହି ମହୋତ୍ସବ ପାଳିତ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ୨୦୨୩ ଜାନୁଆରୀରେ ହକି ବିଶ୍ବ କପ ଆୟୋଜିତ ହେବ । ଏ ନେଇ ଉତ୍ସବରେ ଆୟୋଜିତ ହେବାକୁ ଥିବା ଖେଳର ଇଭେଣ୍ଟଗୁଡିକ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ, ଡେପୁଟି କଲେକ୍ଟର ନଟବର ଗରଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ବରିଷ୍ଠ ନାଗରିକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ଅଧିକାରୀଗଣ ଓ ସମସ୍ତ ସାମ୍ୱାଦିକ ବନ୍ଧୁଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ