୩୦ଫୁଟ ଉଚ୍ଚ ତିନିମହଲା ଛାତ ଉପରୁ ଖସିପଡି ଅଳ୍ପକେ ବର୍ତ୍ତିଲେ ମହିଳା

ହାଟଡ଼ିହି, (ବିକାଶ ବିଶ୍ୱାଳ):କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳବନ୍ତ, ଏହି ଉକ୍ତିର ଯଥାର୍ଥତା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଓରାଳି ଗ୍ରାମରେ । ଜଣେ ମହିଳା ତିନି ମହଲା ଛାତ ଉପରୁ ଖସିପଡିଥିଲେବି ଆଶ୍ଚର୍ଯ୍ୟ ଜନକ ଭାବେ ବର୍ତ୍ତି ଯାଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ଓରାଳି ଗ୍ରାମର ପୁର୍ବତନ ଫୁଟବଲ ଖେଳାଳି ତଥା ସମାଜସେବୀ ସୁବାସ ପଟ୍ଟନାୟକଙ୍କ ଏକାଦଶାହରେ ଯୋଗଦେବାକୁ ତାଙ୍କ ବୋହୁ ତଥା ପୁର୍ବତନ ସମିତିସଭ୍ୟ ବୁବୁ ପଟ୍ଟନାୟକଙ୍କ ଧର୍ମପତ୍ନୀ ୪୮ବର୍ଷୀୟ ମେରୀ ପଟ୍ଟନାୟକ ଓରାଳି ଆସିଥିଲେ । ସେ ଗତ ସୋମବାର ଦିନ ଶ୍ୱଶୁରଙ୍କ ଫଟୋଚିତ୍ରରେ ଫୁଲ ଦେବା ଉଦେ୍ଦଶ୍ୟରେ ତିନିମହଲା ଛାତ ଉପରେ ଥିବା ଫୁଲ ଗଛ ଗୁଡିକରୁ ଫୁଲ ତୋଳିବାକୁ ଯାିତôଲେ । ମାତ୍ର ଅସାବଧାନତା ବସତଃ ଫୁଲ ତୋଳୁଥିବା ସମୟରେ ଗୋଡ ଖସିଯିବାରୁ ତିନିମହଲା ତଳକୁ (୩୦ଫୁଟ) ତଳକୁ ଖସିପଡିଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ସରକାରୀ ଡାକ୍ତରଖାନା ଓ ପରେ ପରେ ଭୁବେନେଶ୍ୱରର ଏକ ଘରୋଇ ହସପିଟାଲକୁ ନେଇ ଚିକିତ୍ସା କରାଇଥିଲେ । ସେଠାରେ ସପସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରିବାପରେ ପିଠି ଓ କାନ୍ଧରେ ସାମାନ୍ୟ ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ସେ ଏବେ ସମ୍ପୁର୍ଣ୍ଣ ବିପଦମୁକ୍ତ ବୋଲି ଡାକ୍ତର ରିପୋର୍ଟ ଦେଇଛନ୍ତି । ଏତେ ଉଚ୍ଚରୁ ଖସିପଡି ରକ୍ଷା ପାଇଯିବା ଭଗବାନଙ୍କ କୃପା ବୋଲି ଆଲୋଚନା ହେଉଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ