ଓଡିଶା ଆଦର୍ଶ ବିଦ୍ୟାଳୟରେ ରକ୍ତଦାନ ଶିବିର: ୬୦ ୟୁନିଟ୍ ରକ୍ତ ସଂଗ୍ରହ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଆନୁକୂଲ୍ୟ ତଥା ଓଡିଶା ରକ୍ତ ଭଣ୍ଡାର ଭଦ୍ରକ ସହଯୋଗରେ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ବିଡିଓ ପ୍ରଦୀପ କୁମାର ସେଠୀ ଉଦ୍‌ଘାଟନ କରିଥିଲେ । ଶିବିରରେ ମୋଟ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ, ପୂର୍ବତନ ସରପଞ୍ଚ ଅଶୋକ ମହାନ୍ତି, ଶିକ୍ଷକ ସମର କୁମାର ପରିଡା, ମାନସ କୁମାର ମାଝୀ, ସିଦ୍ଧାନ୍ତ ବେହେରା, ନରେନ୍ଦ୍ର କୁମାର ଦାସ, ରଶ୍ମି ରଞ୍ଜନ ସାମଲ, ସତ୍ୟ ରଞ୍ଜନ ନାୟକଙ୍କ ସମେତ ଅନ୍ୟ ମାନେ ରକ୍ତଦାନ କରିଥିଲେ । ଶିବିରକୁ ସଫଳ କରାଇବାରେ ସ୍ଥାନୀୟ ସରପଞ୍ଚ ରଜନୀ ସେଠୀଙ୍କ ସମେତ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ