ଚାରିଛକ ପ୍ରେସ କ୍ଲବ ର ବୈଠକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ପ୍ରେସକ୍ଲବ ର ଏକ ବୈଠକ ସ୍ଥାନୀୟ ଏକାନ୍ତ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଥିଲା ।କ୍ଲବ ର ସଭାପତି ପ୍ରଫୁଲ୍ଲ କୁମାର କର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଆସନ୍ତା ଜାନୁଆରୀ ମାସ ଶେଷ ସପ୍ତାହରେ ଚାରିଛକ ଠାରେ ପ୍ରେସ କ୍ଲବ ର ତୃତୀୟ ବାର୍ଷିକ ଉତ୍ସବ ହେବାକୁ ସ୍ଥିର କରାଗଲା ।ଆସନ୍ତା ଡିସେମ୍ବର ଦ୍ବିତୀୟ ସପ୍ତାହରେ ଅସ୍ତରଙ୍ଗ ଗଙ୍ଗାନଦୀ ମୁହାଣ ଠାରେ କ୍ଲବ ତରଫରୁ ବଣଭୋଜି ହେବ ବୋଲି ସ୍ଥିର କରାଗଲା ।ସମସ୍ତ ସଭ୍ୟ, ସଭ୍ୟା ଆସନ୍ତା ୨୭ ତାରିଖ ଭିତରେ ଆଧାର କାର୍ଡ ଏବଂ ଗଣମାଧ୍ୟମ ରେ କାର୍ଯ୍ୟ କରୁଥିବା ପ୍ରମାଣପତ୍ରକ୍ଲବ ର ସମ୍ପାଦକ ବସନ୍ତ ଦାସ ଙ୍କୁ ଦେବା ଲାଗି ସ୍ଥିର ହୋଇଥିଲା।ଏହି ପରିପ୍ରେକ୍ଷୀରେ ସଂଘର ବାର୍ଷିକ ଉତ୍ସବ ହେତୁ କାର୍ଯ୍ୟକାରୀ ସଭାପତି ଭାବେ ଶିଶିର କୁମାର ସ୍ବାଇଁ ଙ୍କୁ ଦାଇତ୍ୱ ଦିଆଗଲା । ମୁରଲୀଧର ଭାରତୀ ଙ୍କୁ କ୍ଲବ ର ଉପଦେଷ୍ଟା ଭାବେ ଯୋଗଦାନ କରିବା ନିମନ୍ତେ ନିଷ୍ପତି ନିଆଗଲା ।ଏହି ବୈଠକରେ ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ, ସନ୍ତୋଷ ମିତ୍ର ,ଗୋପୀନାଥ କର, କାହ୍ନୁଚରଣ ବେହେରା ,ସମ୍ପାଦକ ବସନ୍ତ ଦାସ ,ସହ ସମ୍ପାଦକ କେଦାରନାଥ ସାହୁ ,ଶିଶିର ସ୍ବାଇଁ ,ବସନ୍ତ କୁମାର ମଲ୍ଲ ,ସନ୍ତୋଷ ଦାସ ,ବିନୋଦ ପ୍ରଧାନ କୈଳାଶ ପାତ୍ର ,ବିଜୟ ବେହେରା ,ମୃତ୍ୟୁଞ୍ଜୟ ମହାପାତ୍ର ସରିତା ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ