ଲୋୟର ପିଏମଜି ଠାରେ ଶିକ୍ଷକ ମାନେ ଗଣଧାରଣା ଦେବେ
ନିମାପଡ଼ା, (ସନ୍ତୋଷ ଦାଶ):ଆସନ୍ତା ୨୭ ତାରିଖରେ ୩୧୪ ବ୍ଲକ ର ୧ ଲକ୍ଷ ୨୦ ହଜାର ପ୍ରାଥମିକ ଶିକ୍ଷକ /ଶିକ୍ଷୟତ୍ରୀ ଲୋୟର ପି ଏମ୍ ଜି ଠାରେ ଗଣ ଧାରଣା ଦେବେବୋଲି ମହାସଂଘର ରାଜ୍ୟ ସଂଘ ଉପଦେଷ୍ଟା ମହେନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି ।ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ତିନିଦଫା ଦାବି ନେଇ ତିନିଶହ ରୁ ଉର୍ଦ୍ଧ ଶିକ୍ଷୟତ୍ରୀ, ଶିକ୍ଷକ ଆଜି ନିମାପଡ଼ା ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।ଶୋଭାଯାତ୍ରା ବଜାର ପରିକ୍ରମା କରି ବି ଇ ଓ ଙ୍କ କାଯ୍ୟାଳୟ ଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରଯାଇଥିଲା। ଠିକା ନିଯୁକ୍ତି ଉଚ୍ଛେଦ ,୬ ବର୍ଷ ର ଇନକ୍ରୀମେଣ୍ଟ ଓ କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ କରିବାକୁ ଦାବିପତ୍ର ରେ ଉଲ୍ଲେଖ ରହିଛି ।ମହାସଂଘ ର ରାଜ୍ୟ ଉପଦେଷ୍ଟା ମହେନ୍ଦ୍ର ମିଶ୍ର ,ଓଡ଼ିଶା ପ୍ରାଇମେରୀ ଟିଚର୍ସ ଆସୋସିଏସନ ବ୍ଲକ ସଭାପତି ସୁକାନ୍ତ ସ୍ବାଇଁ ସମ୍ପାଦକ ନିହାଲ ଅବତାର, ପ୍ରାଇମେରୀ ସ୍କୁଲ ଟିଚର୍ଶ ଆସୋସିଏସନ ବ୍ଲକ ସଭାପତି ଚିତ୍ତରଞ୍ଜନ ଲେଙ୍କା ,ସମ୍ପାଦକ ଅମିୟ ସ୍ବାଇଁ ପ୍ରମୁଖ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।ଆଗାମୀ ସାତଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆସନ୍ତା ୨୭ ତାରିଖରେ ୩୧୪ ବ୍ଲକ ର ୧ ଲକ୍ଷ ୨୦ ହଜାର ଶିକ୍ଷକ / ଶିକ୍ଷୟତ୍ରୀ ଲୋୟର ପି ଏମ୍ ଜି ଠାରେ ଗଣଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଥିଲା।ଏଥିପାଇଁ ଯେଉଁ ପରିସ୍ଥିତି ଉପୁଜିବ ,ସେଥିପାଇଁ ସରକାର ଦାୟୀ ରହିବେ ବୋଲି ମହାସଂଘ ଚେତାବନୀ ଦେଇଛି ।


