ଜାତୀୟ କଳା ରତ୍ନ ପ୍ରାପ୍ତ ଆର. ସତ୍ୟମ ଙ୍କୁ ବିବିଧା ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିଆବାଲି ସ୍ଥିତ ଘଡ ଘଡ଼ା ପଲ୍ଲୀ ର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦି) ର ସଭାପତି ତଥା ଜୟଦେବ ପୁରସ୍କାର ପ୍ରାପ୍ତ ଏବଂ ନୂଆଦିଲ୍ଲୀ ରେ ଜାତୀୟ କଳା ରତ୍ନ ପ୍ରାପ୍ତ ବଡ଼ ଦାସୁଡୁ ଆର. ସତ୍ୟମ ରେଡ୍ଡୀଙ୍କୁ ରବିବାର ଛତ୍ରପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବିବିଧା ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପ୍ରାରମ୍ଭରେ ଫାଉଣ୍ଡେସନ ର କୁନି କୁନି ଛାତ୍ର ଛାତ୍ରୀ ମାନେ ଶ୍ରୀ ରେଡ୍ଡୀ ଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ପାଦ ପୂଜା କରିଥିଲେ l ପରେ ଅନୁଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ରୁ କଳା ରତ୍ନ ଜାତୀୟ ଆୱାର୍ଡ ପ୍ରାପ୍ତ ଶ୍ରୀ ରେଡ୍ଡୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଛତ୍ରପୁର ର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ପ୍ରେସ କ୍ଳବର ସଭାପତି ପ୍ରଶାନ୍ତ କୁମାର ମହାରଣା, ବିବିଧା ଫାଉଣ୍ଡେସନର ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ସାଇ ଶ୍ରୀ ନୃତ୍ୟ ଅନୁଷ୍ଠାନର ନୃତ୍ୟ ନିର୍ଦେଶିକା ମଧୁସ୍ମିତା ପଟ୍ଟନାୟକ, ଡ଼ି ଏସ ଆର ଡ୍ୟାନ୍ସ ଅନୁଷ୍ଠାନର ନୃତ୍ୟ ଶିକ୍ଷକ ଗୌତମ ରେଡ୍ଡୀ ଓ ଏମ, ରବୀନ୍ଦ୍ର ରେଡ୍ଡୀ , ବିଶିଷ୍ଟ ନୃତ୍ୟ ଶିଳ୍ପୀ ରାମେଶ୍ୱର ପଣ୍ଡା ପ୍ରମୁଖ ଙ୍କ ସମେତ ଅନୁଷ୍ଠାନର ବହୁ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l