ରାଧାକୃଷ୍ଣ ମଠ ରୁ କୃଷ୍ଣ ମୂର୍ତ୍ତି ଚୋରି କରିନେଲେ ଦୁର୍ବୃତ୍ତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରାଧାଦେଇପୁର ପଞ୍ଚାୟତ ଉସ୍ତା ଜଗନ୍ନାଥପୁର ଗ୍ରାମରେ ଥିବା ରାଧାକୃଷ୍ଣ ମଠ ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି l ରବିବାର ବିଳମ୍ଵିତ ରାତିରେ ରାଧାକୃଷ୍ଣ ମଠ ରୁ କେହି ଦୁର୍ବୃତ୍ତ ଥିବା ପିତଳ ଥାଳି, ବାଲଟି, ଗ୍ଲାସ, ଢାଳ ସହ କୃଷ୍ଣ ମୂର୍ତ୍ତି ଚୋରି କରିନେଇଥିଲେ। ସୋମବାର ମନ୍ଦିର ପୂଜକ ସକାଳୁ ମନ୍ଦିରର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଭିତରେ ଯାଇ ଦେଖିଲା କିଛି ପିତଳ ସାମଗ୍ରୀ ସହ କୃଷ୍ଣ ମୃତ୍ତି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ମଠ ପୂଜକ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଖୋଜାଖୋଜି କରିବା ସତ୍ତ୍ଵେ କୌଣସି ଖବର ପାଇନଥିଲେ। ଖବର ପାଇ ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଖଲିଙ୍ଗୀ ପଞ୍ଚାୟତ ଦୁଦୁରାପଦର ଠାକୁରାଣୀ ମନ୍ଦିର ପାଖରୁ କିଛି ପିତଳ ସାମଗ୍ରୀ ସହ କୃଷ୍ଣ ମୂର୍ତ୍ତି ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ