ସୋରଡ଼ା ବ୍ଲକ ଆଉଟ୍ ସୋର୍ଶିଂ କର୍ମଚାରୀ ଙ୍କ ଦାବି ପତ୍ର ପ୍ରଦାନ

ସୋରଡା, (ରଜନୀକାନ୍ତ ମହାପାତ୍ର):ରାଜ୍ୟରେ ବିଭିର୍ଣ୍ଣ ବିଭାଗରେ କାର୍ଯ୍ୟରତ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ବର୍ତମାନ ଦୟନିୟ ସ୍ଥିତିରେ ପରିବାର ପୋଷଣ କରୁଛନ୍ତି । ସରକାରଙ୍କ ସମସ୍ତ ପ୍ରକାର ଯୋଜନା ରେ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟ କରୁଛନ୍ତି । ସରକାର ଠିକା ନିଯୁକ୍ତି କୁ ଉଚ୍ଛେଦ କରି ଐତିହାସିକ ପଦକ୍ଷେପ ନେଇଛନ୍ତି । କିନ୍ତୁ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ଉପେକ୍ଷା କରିଛନ୍ତି । ଗଞ୍ଜାମ ଜିଲ୍ଲା ମହାସଂଘ ଡାକରରେ ସୋରଡା ବ୍ଲକ ରେ କାର୍ଯ୍ୟରତ ଏହି କର୍ମଚାରୀ ଚଳିତ ମାସ ୧୪ ତାରିଖରୁ ୧୯ ତାରିଖରୁ ପର୍ଯ୍ୟନ୍ତ କଳାବ୍ୟାଜ ପିନ୍ଧି କାର୍ଯ୍ୟ କରିଥିଲେ । ୩ ଦଫା ଦାବି କୁ ନେଇ ବିଡ଼ିଓ ସିମାଞ୍ଚଳ ମଣ୍ଡଳ କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଦାବି ପୂରଣ ନହେଲେ ଆସନ୍ତା ୨୬ ତାରିଖରେ ଲୋଏର ପିଏମଜି ଭୁବନେଶ୍ବର ରେ ଧାରଣା ରେ ବସିବାକୁ ଚେତାବନି ଦେଇଛନ୍ତି । ରାଜ୍ୟରେଆଉଟ ସୋର୍ସିଙ୍ଗ ବ୍ୟବସ୍ତା ର ଉଚ୍ଛେଦ,ଆମକୁ ସ୍ଥାୟୀ କରାଯିବା ଓ ପୂର୍ବ ଘୋଷଣା ମୁତାବକ ୧୨ ଟି ସବେଇତନିକ ଛୁଟିକୁ କୁ ଲାଗୁ କରଯାଉ ବୋଲି ପତ୍ର ରେ ଉଲେଖ କରିଛନ୍ତି । ଦାବି ସମାସଧନ ନହେଲେ କର୍ଜ୍ୟବନ୍ଦ ବନ୍ଦ କରିବାକୁ ମଧ୍ୟ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ