ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ଓଥକା ୟୁଜି ୟୁପି ବିଦ୍ୟାଳୟ ପରିସରରେ ବ୍ଲକ ଶିକ୍ଷାଧିକାରୀ ମନ୍ଦରଧର ମହାନ୍ତିଙ୍କ ସଭାପତିତ୍ୱରେ ଏକ ଭିନ୍ନ୍ନକ୍ଷମ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ସିଆରସିସି ସନ୍ତୋଷ କୁମାର ସାହୁ,ରିସୋର୍ଶ ପର୍ସନ ଶୁଭଶ୍ରୀ ମଲ୍ଲିକ, ଅଲେଖ ସାହୁ, କଲ୍ୟାଣୀବାଳା ରଥ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାରୀ ସ୍ତରରେ ଆସୁଥିବା ସମସ୍ତ ସୁବିଧା ସୁଯୋଗ ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ l ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ କିପରି ଭାବେ ଶୃଙ୍ଖଳିତ ଜୀବନ ଯାପନ କରିପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ହୃଦାନନ୍ଦ ସାସମଲ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିଲେ l ୨୦ଜଣ ଶିକ୍ଷକ ଓ ୩୦ଜଣ ଅଭିଭାବକ ଶିବିରରେ ଯୋଗଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ