ନାଉଗାଁ ବ୍ଳକର ୭ କେନ୍ଦ୍ରରେ ପରୀକ୍ଷା ଦେଲେ ୧୧୦୪ ଛାତ୍ରଛାତ୍ରୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକରେ ବୁଧବାର ମାଟ୍ରିକ ସମେଟିଭ୍‌-୧ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା ପାଇଁ ବ୍ଳକର ୭ଟି କେନ୍ଦ୍ରରେ ୧୧୩୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ୧୧୦୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାଯାଇଛି । ସେଥିମଧ୍ୟରୁ ନାଉଗାଁ ଉଚ୍ଚ ବିଦ୍ୟାଳୟରେ ୨୦୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦୭ ଜଣ, ଅଲଣାହାଟ ଉଚ୍ଚ ବିଦ୍ୟାଳୟରେ ୧୮୫ ଜଣରୁ ୧୭୭ ଜଣ, ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟରେ ୧୫୭ ଜଣରୁ ୧୫୭ ଜଣ, ଗୋପବନ୍ଧୁ ସ୍ମାରକୀ ଉଚ୍ଚ ବିଦ୍ୟାଳୟ ତିରୁଣାରେ ୧୭୪ ଜଣ ରୁ ୧୭୩ ଜଣ, ଆର୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଗଜରାଜପୁରରେ ୧୪୧ ଜଣରୁ ୧୩୯ ଜଣ, କଂଟୁଣିଆ ହାଟ ଉଚ୍ଚ ବିଦ୍ୟାଳୟରେ ୧୪୫ ଜଣରୁ ୧୪୫ଜଣ ଓ ରୋହିଆ ଉଚ୍ଚ ବିଦ୍ୟାଳୟରେ ୧୨୧ ଜଣରୁ ୧୦୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ