ବେଣାପଡାରେ ଶ୍ରୀମଦ ଭାଗବତ କଥାମୃତ ଓ ପାରାୟଣ ଉଦଯାପିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକର ଅଲଣା ପଂଚାୟତ ଅନ୍ତର୍ଗତ ବେଣାପଡା ଗାଁର ମା’ଥାନପତି ମନ୍ଦିର ପ୍ରାଙ୍ଗଣରେ ସାତଦିନ ବ୍ୟାପୀ ଚାଲିଥିବା ସପ୍ତଦଶ ଶ୍ରୀମଦ୍ ଭାଗବତ ପାରାୟଣ ଉଦ୍‌ଯାପିତ ହୋଇଯାଇଛି । ଗୋଠଦା ମଠର ମହନ୍ତ ମହାରାଜ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ, ତିହୁଡା ଗୁରୁକୃପା କୁଟୀରର ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ, ପ୍ରାଚୀମଠର ବାବା ଦାମୋଦର ମହାରାଜ, ବାବା ଅରକ୍ଷିତ ମହାରାଜ ଏବଂ କୁନି ପ୍ରବଚକ ଗୀତକୃଷ୍ଣ କେଶବ ଦାସଙ୍କ ସମେତ ବହୁ ବରଣ୍ୟ ସାଧୁସନ୍ଥମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ବହୁ ଭାଗବତ ପ୍ରେମୀ ଯୋଗ ଦେଇ ଭାଗବତ କଥାମୃତ ଶ୍ରବଣ କରିଥିଲେ । ଏହି ଅବସରରେ ହରିକଥା ପ୍ରଚାର ସମିତି ପକ୍ଷରୁ ୪୫ଜଣ ବୟଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରାୟଣ କର୍ତା ହରପ୍ରସାଦ ମହାନ୍ତି, ବେଣାପଡା ହରିକଥା ପ୍ରଚାର ସମିତିର ଘନଶ୍ୟାମ ଓଝା, ବ୍ରଜବଂଧୁ ନାୟକ, ନାଗେଶ୍ୱର ମଲ୍ଲିକ, ଶଶିଭୂଷଣ ମହାନ୍ତି, କୈଳାଶ ଚନ୍ଦ୍ର ମହାନ୍ତି, ତ୍ରିନାଥ ମହାନ୍ତି, ସୁଶାନ୍ତ ମଲ୍ଲିକଙ୍କ ସମେତ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ