ଅଜଣା ଜନ୍ତୁ ଆକ୍ରମଣରେ ୨୦ ଛେଳି ମୃତ୍ୟୁ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଏକ ଅଜଣା ଜନ୍ତୁ ଗୁହାଳ ରେ ପଶି ୨୦ଟି ଛେଳିକୁ ଆକ୍ରମଣ କରି ମାରିଦେଇଥିବା ଜଣାପଡ଼ିଛି। ଏନେଇ ଛେଳି ମେଣ୍ଢା ମାଲିକ ଦାସ ଗୌଡ଼ କହିଛନ୍ତି ରାତ୍ର ହେଲେ ଅଞ୍ଚଳ ରେ ବାରାହ, ଗଧିଆ, ଢେଙ୍କିଆ ଗାଁ ରେ ପଶି ଗୃହପାଳିତ ପଶୁ ମାନଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ କରିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳ ରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ଦେଖାଦେଇଛି l ଘଟଣା ସ୍ଥଳରେ ବନ ବିଭାଗ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ, ଫରେଷ୍ଟର ଅରୁଣ କୁମାର ଦାସ ଓ ପାଟପୁର ପ୍ରାଣୀ ଚିକିତ୍ସକ ଘଟଣାରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି l ଗଧିଆ ଏଭଳି କାମ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡୁଥିବା ନେଇ ରେଞ୍ଜର ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଥିଲେ l ମୃତ୍ୟୁ ଛେଳିକୁ ଗାତକାରୀ ପୋତିଦିଆଯାଇଥିଲା l ଅଞ୍ଚଳର ସମାଜ ସେବୀ ଜିଲ୍ଲାପରିଷଦ ସଭ୍ୟ ଅମିନ ପ୍ରଧାନ ପହଞ୍ଚି ଦାସ ଗୌଡ଼ଙ୍କୁ ଆଶ୍ୱାସନା ଦେବା ସହିତ ବନବିଭାଗ ଉପଯୁକ୍ତ କ୍ଷତିପୂରଣ ଦେବାପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି l


