ସୁନାରୀ ବୁଗୁଡା ନିକଟରେ ସଡକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ସୁନାରୀ ବୁଗୁଡା ନିକଟରେ ନଭେମ୍ବର ୨୭ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ଛଅ ଘଣ୍ଟା ସମୟରେ ଜଣେ ବାଇକ ଚାଳକଙ୍କୁ ଏକ ଅଟୋ ଧକା ଦେବା ଯୋଗୁଁ ବାଇକ ଚାଳକ ଯୁବକ ଜଣକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ଯୁବକ ଜଣଙ୍କ ଜରଡ଼ ଗ୍ରାମର ମୁନା ସାବତ ବୋଲି ଜଣାପଡିଛି। ମୁନା ସାବତ ନିଜ ଗ୍ରାମ ଜରଡ଼ରୁ ଶ୍ୱଶୁର ଘର ଗ୍ରାମ ପୋଲସରା ବ୍ଲକର ଚିରିକିପଡା ଶାସନ ଯାଉଥିବା ସମୟରେ ସୁନାରୀ ବୁଗୁଡା ବନ୍ଧ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ସ୍ବର୍ଗତ ମୁନାଙ୍କ ଶ୍ବଶୁର ହେଉଛନ୍ତି ସତ୍ୟ ନାରାୟଣ ବସର ମାଲିକ ନିରଞ୍ଜନ ପାଢ଼ୀ। ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମୁନା ସାବତାଙ୍କୁ ପୋଲସରା ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ମୁନାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ ମର ଶରୀର ଜବତ କରି ନିକଟରେ ଲାଗିଥିବା ସିସି କ୍ୟାମେରା ଫୁଟେଜକୁ ଆଧାର କରି ଦୁର୍ଘଟଣା ଘଟାଇ ପଳାଇଥିବା ଅଟୋକୁ ଧରିବା ପାଇଁ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ