ସାମ୍ବାଦିକ ସଂଘ ଏସ୍‌ୟୁଜେର ସାଧାରଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଧାରାଣୀ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସ୍‌ୟୁଜେ) ଓଡିଶା ଗଜପତି ଶାଖାର ସାଧାରଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖାର ସଭାପତି ଗରୁଡଧ୍ୱଜ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ସାମ୍ବାଦିକ ମାନେ ସମ୍ବାଦ ସଂଗ୍ରହ କଲାବେଳେ ଦେଖାଦେଉଥିବା ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ଦିଗ୍ ଦର୍ଶନ ଦେବାରେ ସାମ୍ବାଦିକ ମାନଙ୍କ ଭୂମିକା, ସାମ୍ବାଦିକମାନଙ୍କ ପେନ୍‌ସନ୍ ବ୍ୟାବସ୍ଥା ଲାଗୁ କରିବା, ସାମ୍ବାଦିକଙ୍କ ସୁରକ୍ଷା, ସ୍ଥାନୀୟ ତଥା ଜିଲ୍ଲାର ସମସ୍ୟା ଅଭାବ ଆସୁବିଧା ସୁଧାରିବା ଦିଗରେ ନିର୍ଭିକ ଭାବେ ସତ୍ୟ ଖବରକୁ ନେଇ ଲେଖନୀ ଚାଳନା କରିବା, ଏସ୍‌ୟୁଜେ ସଂଘକୁ ମଜବୁତ କରିବା ଆଦି ଉପରେ ଆଲୋଚନା ହେବା ସହ ସଂଘର ସଦସ୍ୟମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସେହିପରି ଆର୍ଥିକ ଅନଟନରେ ଜୀବନ କାଟୁଥିବା ସାମ୍ବାଦିକ ମାନଙ୍କ ପ୍ରତି କୌଣସି ଉଚିତ ପଦକ୍ଷେପ ନିଆଯାଉ ନଥିବାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ସଭା କାର୍ଯ୍ୟ ଶେଷରେ ଦିବଂଗତ ସାମ୍ବାଦିକ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଜିଲ୍ଲାର ୩୦ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ