ସାହିତ୍ୟଘର ପକ୍ଷରୁ କବିତା ପାଠୋତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ହାଟଡିହି ବ୍ଲକ ସମ୍ବାଦ ସାହିତ୍ୟଘର ପକ୍ଷରୁ ଏକ ମନୋଜ୍ଞ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଘରର ଉପସଭାପତି ନିତ୍ୟାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆସରକୁ କବି ସୁବାସ ଚନ୍ଦ୍ର ପାତ୍ର, ହାସ୍ୟମୟୀ ରାଜ ସଂଯୋଜନା ମାଧ୍ୟମରେ ଏକ ଭାବମୟ ବାତାବରଣ ସୃଷ୍ଟି କରିଥିଲେ । ଏହି ଆସରରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଶାସଙ୍ଗ ସରପଞ୍ଚ ମଧୁମିତା ସ୍ୱାଇଁ, ହାଟଡିହି ପଞ୍ଚାୟତର ପୁର୍ବତନ ସରପଞ୍ଚ ଅନୁସୟା ସେଠୀ ପ୍ରମୁଖ ଅଭତିଥି ଭାବେ ଯୋଗଦେଇଥିବାବେଳେ କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଶତାଧିକ କବି ନିଜ ନିଜର ବଳିଷ୍ଠ କବିତା ମାନଙ୍କୁ ଆବୃତି କରି ନିଜ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ଆସରରେ ପ୍ରାରମ୍ଭରେ କବି ଉମାମଣୀ ପାଢ଼ୀ ମଙ୍ଗଳା ଚରଣ, ବେଦମନ୍ତ୍ର ପାଠ କରିଥିଲେ ଏବଂ ଶରତ ରାଉତ, ସୁଜିତ ମିଶ୍ର, ଅର୍ଜୁନ ଚରଣ ବେହେରା, ଅମୁଲ୍ୟ କୁମାର ମିଶ୍ର, ଚତୁର୍ଭଜ ପହି, ବିଦୁ୍ୟତପ୍ରଭା ଦେଓ, ପ୍ରତାପ କିଶୋର ରାଉତ, ପ୍ରତିମା ସ୍ୱାଇଁ, ଦାଶରଥି ସାହୁ, ଅନନ୍ତ ଚରଣ ମୁଦୁଲି, ଶଙ୍ଖାଳୀ ରାଉଳ, ପ୍ରଭାତୀ ମଞ୍ଜରୀ ପଣ୍ଡା, ସୁଦାମ ଚରଣ ଜେନା, ଘନଶ୍ୟାମ ବୋଇତେଇ, ପୁର୍ଣ୍ଣଚନ୍ଦ୍ର ସାହୁ, ନରହରି ରାଉତ, ପୁର୍ଣ୍ଣଚନ୍ଦ୍ର ସାହୁ, ସୋମନାଥ ମାଝୀ, ଧୁମକେତୁ ଦାସ,ଜେତ୍ସ୍ନାରାଣୀ ଦାସ, ତିଳୋତ୍ତମା ସା, ଚନ୍ଦନ କୁମାର ପଣ୍ଡା, ସତ୍ୟପୀର ମହାନ୍ତି, ମାଳତୀଲତା ପଣ୍ଡା, ଆଦିତ୍ୟ ନାୟକ, ଅନିରୁଦ୍ଧ ସେଠୀ, ଧ୍ରୁବାନନ୍ଦ ସେଠୀ, ବାବନ ଚରଣ ବେହେରା, ଛାୟାରାଣୀ ପାଢ଼ୀ, ଅଭିମନୁ୍ୟ ବସନ୍ତିଆ, ଗୋଲକ ବିହାରୀ ନାୟକ, ଅଭୟ କୁମାର ସାମଲ, ପ୍ରମିଳା ନାୟକ, ହେମନ୍ତ କୁମାର ନାୟକ, ରମାକାନ୍ତ ପହି, ନୃସିଂହ ଚରଣ ସାମଲ, ବନମାଳୀ ଜେନା, ହରିହର ସାମଲ, ସରଳା ମହାପାତ୍ର, ସୁଭଦ୍ରା ସ୍ୱାଇଁ, ନୟନୀ ଜେନା, ଚିନ୍ତାମଣି ଦାସ, ଙ୍କ ସମେତ ଶତାଧିକ କବି, ବିଶ୍ୱ ରଞ୍ଜନ ବେହେରା, ମାର୍କଣ୍ଡ ଚରଣ ପଣ୍ଡା, ହଳଧର ମହାରଣା, ବେଣୁଧର ସୁତାର, ବାସୁଦେବ ଦାସ, ଇନ୍ଦ୍ରମଣି ସେଠୀ, ସୁରେଶ କୁମାର ସାହୁ, ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସମେତ କବି ଓ କବୟତ୍ରୀ ମାନେ ଯୋଗଦେଇ ସ୍ୱରଚିତ କବିତାମାନ ଆବୃତ୍ତି କରି ଏହି ଭବ୍ୟ ପରିବେଶକୁ ଭାବମୟ କରିଥିଲେ । ଶେଷରେ ସାହିତ୍ୟଘରର କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ