ଓଡିଶା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ହାଇସ୍କୁଲ ପରିସରରେ ଓଡିଶା ଭୁମିରେ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ୫୦ବର୍ଷ ପୁର୍ତ୍ତୀ ଅବସରରେ ‘ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ’ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଭଉଣୀ ଜୟନ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ମୁଖ୍ୟ ବକ୍ତା ଭାବେ କଟକ ଉପକ୍ଷେତ୍ରୀୟ ସହ ସଞ୍ଚାଳକ ରାଜଯୋଗିନୀ ଭଉଣୀ ସୁଲୋଚନା, ସମ୍ମାନୀତ ଅତିଥି ଭାବେ ହାଟଡିହି ବ୍ଲକ ବିଡିଓ ସୁଶ୍ରୀ ବୀନିତା ବିଜୟିନୀ, ହାଟଡିହି ସରପଞ୍ଚ ଚିନ୍ମୟ ନାୟକ ପ୍ରମୁଖ ଯୋଗଦେଇ ମଣିଷ ସମାଜ ଭିତରେ ଆଧ୍ୟାତ୍ମିକ ଚେତନା ଉଦ୍ରେକ ହେଲେ ସୁସ୍ତ ଓ ଶୃଙ୍ଖଳିତ ସମାଜ ଗଠନରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ବିଶେଷକରି ସମାଜକୁ ଧ୍ୱଂସ ମୁଖରୁ ରକ୍ଷା କରିବାଲାଗି ଆଧ୍ୟାତ୍ମିକ ମନୋଭବ ହିଁ ଏକମାତ୍ର ମାଧ୍ୟମ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜଅଁରା ସେବାକେନ୍ଦ୍ରର ସଞ୍ଚାଳିକା ଭଉଣୀ ସରୋଜିନୀ ସ୍ୱାଗତ ଭାଷଣ ଦେଇଥିବାବେଳେ ହାଟଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିଶିର କୁମାର କର, କେନ୍ଦୁଝର ସେବାକେନ୍ଦ୍ରର ସଞ୍ଚାଳିକା ଭଉଣୀ ବିନ୍ଦୁ ଇଶ୍ୱରୀୟ, ଝୁମ୍ପୁରା ତହସିଲଦାର ଭଉଣୀ ପ୍ରତିଭା ପୃଷ୍ଟି, କଟକ ସିଡିଏର ଭଉଣୀ ତ୍ରିବେଣୀ, ଯାଜପୁରର ଭଉଣୀ ସୁଚିତ୍ରା, ପାରାଦୀପର ଭଉଣୀ ସୁମନ ପ୍ରମୁଖ ଆଧ୍ୟାତ୍ମିକ ଭାବଧାରା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଜଅଁରା ସେବାକେନ୍ଦ୍ରର ବ୍ରହ୍ମାକୁମାର ଭାଇ ଶ୍ରୀଧର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଆଖପାଖ ଅଞ୍ଚଳର ବହୁ ମାନଗର୍ୟ ବ୍ୟକ୍ତି, ଧାର୍ମିକ ଅନୁଷ୍ଠାନର ସଦସ୍ୟ ସଦସ୍ୟା ଓ ବ୍ରହ୍ମକୁମାରୀ ମାନେ ଯୋଗଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ