ଦୁର୍ଗା ଦେବୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ

କଟକ, (ଯୁଗାବ୍ଦ ନ୍ୟୁଜ):ବାଙ୍କୀ ପଥୁରୀପଡ଼ାର ପରଲୋକଗତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଧର୍ମପତ୍ନୀ ତଥା କଟକ ଜିଲ୍ଲା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି କବି ଓ ପ୍ରତିଭାଦୀପ୍ତ ସୁନୀଲ ମିଶ୍ରଙ୍କ ମାତା ଦୁର୍ଗା ଦେବୀଙ୍କ ଦଶାହ ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ନିଜସ୍ୱ ଗ୍ରାମରେ ଅନୁଷ୍ଠିତ ହେଇଯାଇଛି । ଓଡ଼ିଶା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଦ୍ୱାରା ଆୟୋଜିତ ଉକ୍ତ ସ୍ମୃତିଚାରଣ ସଭାରେ ଓଡ଼ିଶାର ବାଲେଶ୍ୱର, ଯାଜପୁର ରୋଡ଼, କଟକ, ବ୍ରହ୍ମପୁର, ବ୍ରହ୍ମଗିରି, ଖୋର୍ଦ୍ଧା, ପୁରୀ, ବାଙ୍କୀ, ପୁରୀ, ବରଗଡ଼, ସମ୍ବଲପୁର ଆଦି ବିଭିନ୍ନ ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଓଡ଼ିଶା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଦ୍ୱାରା ଆୟୋଜିତ ଉକ୍ତ ସଭାରେ ପ୍ରଥମେ ପୁଣ୍ୟଆତ୍ମାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ଧୂପ ଦାନ, ନୀରବ ପ୍ରାର୍ଥନା, ଓଡ଼ିଶାର ବିଶିଷ୍ଟ ପ୍ରବଚକ ପଣ୍ଡିତ ମୃତ୍ୟୁଞ୍ଜୟ ଶତପଥୀଙ୍କ ଦ୍ୱାରା ବେଦ ପାଠ କରାଯାଇ ସ୍ମରଣିକା (ପୂଜନୀୟା ଦୁର୍ଗାଦେବୀ)କୁୁ ଅନୁଷ୍ଠାନର ରାଜ୍ୟ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ବରେଣ୍ୟ ଅତିଥି ଭାବେ, ବାଙ୍କୀର ପ୍ରାକ୍ତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଓ ଉତ୍କଳ ନ୍ୟାସୀ ମଣ୍ଡଳର ସଭାପତି ସୀତାବଲ୍ଲଭ ମହାପାତ୍ର ସମ୍ମାନିତ ଅତିଥି ଭାବେ ଉନ୍ମୋଚନ କରିବା ସହିତ ଦୁର୍ଗା ଦେବୀ ସମସ୍ତ ମାତୃଶକ୍ତି, ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହିତ ପୂଜ୍ୟପୂଜା ହେଉଛି ପାତାଳଭେଦୀ ସଂସ୍କୃତି ବୋଲି ଅନ୍ୟ ଅତିଥି ସମୂହ ସ୍ମୃତିଚାରଣ ଅବସରରେ ମତବ୍ୟକ୍ତ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆଇନଜୀବୀ ଦିଗମ୍ବର ବେହେରା, ଆଲୋକ କୁମାର ପ୍ରଧାନ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ସୁରେଶ୍ୱର ବେହେରା, ବ୍ରଜବନ୍ଧୁ ଦାସ, କାମଦେବ ମହାପାତ୍ର, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କାହ୍ନୁ ସିଂହ, ସରପଞ୍ଚ ସୁରଞ୍ଜନ ପଣ୍ଡା, ପ୍ରଦ୍ୟୁମ୍ନ ସୁବୁଦ୍ଧି, ଅଶୋକ କୁମାର ମିଶ୍ର, ଧନେଶ୍ୱର ବଳିଆରସିଂହ, ପ୍ରାଧ୍ୟାପକ ମନୋଜ ମହାପାତ୍ର, ଗୋବିନ୍ଦ ତ୍ରିପାଠୀ, ଗୀତିକାର ଯୁଧିଷ୍ଠିର ଖୁଣ୍ଟିଆ, ସଦାଶିବ ଦାସ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଦାଧର ତ୍ରିପାଠୀ, କବି କୌଶିକ ନାୟକ, ଅଂଶୁପା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ ବେଉରା, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ବାଙ୍କୀ ଏନ୍‌.ଏ.ସି. ଉପାଧ୍ୟକ୍ଷ ସନ୍ତୋଷ ରଣା, କାଉନ୍‌ସିଲର ସନାତନ ବେହେରା, ବିଜୁ ଜନତା ଦଳ ସଭାପତି ଅନନ୍ତ ଦାସ, ଆଇନଜୀବୀ ଜିତେନ କୁମାର ରଥ, ରଣଜିତ୍ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ ସାହୁ ଓ ସଞ୍ଜୟ ପାତ୍ର, ସାମ୍ବାଦିକ ଦେବାଶିଷ ରାଉତ, ଅରବିନ୍ଦ ହରିଚନ୍ଦନ, ଯୁଧିଷ୍ଠିର କୁଣ୍ଡୁ, ବିଭୁ ସାମଲ, ଆଶିଷ ମହାପାତ୍ର, ପ୍ରତାପ ନାୟକ, ରଞ୍ଜିତ ସେଠ୍ ତଥା ଗ୍ରାମବାସୀ ସାହିତ୍ୟିକ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ । ସୀତାବଲ୍ଲଭ ମହାପାତ୍ର ତାଙ୍କ ଭାଷଣରେ କହିଥିଲେ ଏହି ଦିବଙ୍ଗତ ମହିଳାଙ୍କୁ ଯଶସ୍ୱୀ ମାତା, ଯଶସ୍ୱୀ ପତ୍ନୀ ରୂପେ ବର୍ଣ୍ଣନା କରିଥିଲେ । ପ୍ରକାଶ ଥାଉକି, ଏହି ମହୀୟସୀ ମହିଳାଙ୍କ ଗତ ନଭେମ୍ବର ୧୯ ତାରିଖରେ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସଂଗଠନର ସଂଯୋଜକ ବାପୁ ଓଝା ଧନ୍ୟବାଦ ପ୍ରଦାନ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ